ଭୁବନେଶ୍ଵର: ଆଳୁ ଦର ଉପରେ ନିୟନ୍ତ୍ରଣ ରହୁନାହିଁ। ଵଜାରରେ କଳାବାଜାରି ହେଉଥିବା ବେଳେ ବ୍ୟବସାୟୀ ମାନେ ଆଳୁ ଦର ବୃଦ୍ଧି କରି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ ମୁଡରେ ଯୋଗାଣ ବିଭାଗ। ଆଜି ସକାଳୁ ସକାଳୁ ଆଳୁ ଗୋଦାମରେ ରେଡ୍। ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବର ୧ ନମ୍ବର ହାଟରେ ଚାଲିଛି ରେଡ୍ କରଯାଇଛି। ତେବେ ସେଠାରେ ଥିବା ଅଧିକାଂଶ ଆଳୁ ଓ ପିଆଜ ଗୋଦାନ ଉପରେ ଚଢ଼ଉ କରଯାଇଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଗତ କିଛି ହେଲା ରାଜ୍ୟରେ ଆଳୁ ଦରଦାମ୍ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରେଟ୍ ଚାର୍ଟ ମଧ୍ଯ ପ୍ରସ୍ତୁତ କରାଯାଇଥିଲା। ହେଲେ କିଛି ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ଆକ୍ସନକୁ ଆସିଛି ଯୋଗାଣ ବିଭାଗ। ଆଜି ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ବରର ଏକ ନମ୍ବର ହାଟରେ ଚଢ଼ଉ କରିଛି। ବିଭିନ୍ନ ପରିବା ସାମଗ୍ରୀର ଦରଦାମ ସଂପର୍କରେ ପଚାରି ବୁଝିବା ସହ ଠିକ ଭାବେ ସରକା ଆଦେଶକୁ ପାଳନ କରାଯାଉଛି କି ନାହିଁ, ସେନେଇ ତଦାରଖ ମଧ୍ଯ କରୁଛନ୍ତି। 


ଅନ୍ୟପଟେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ଆଳୁ ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ୍ ପିଛା ୮୦ଟଙ୍କା ଅତିକ୍ରମ କରିଛି। ଆଳୁ ଏବଂ ପିଆଜ ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ ପିଛା ୪୦ଟଙ୍କା ଏବଂ ପିଆଜ କିଲୋଗ୍ରାମ୍ ପିଛା ୪୫/୫୦ଟଙ୍କାରେ ବିକ୍ରି ହେଉଛି।