Odisha News: ଭୁବନେଶ୍ବର- ମଞ୍ଜେଶ୍ବର ଷ୍ଟେସନ ମଧ୍ୟରେ  ତୃତୀୟ ରେଳ ଲାଇନ୍ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏହି ରେଳ ଲାଇନରେ ଟ୍ରାକ୍  ବିଛା ଶେଷ ହୋଇଥିବା ବେଳେ  ସିଗନାଲ୍  ସିଷ୍ଟମ୍ କୁ ପୁନଃ ବ୍ୟବସ୍ଥିତ କରାଯାଇଛି।  ଯେଉଁଥିପାଇଁ  ଭୁବନେଶ୍ବର ରେଳ ଷ୍ଟେସନରେ(Bhubaneswar railway station)  ରବିବାର ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।  ହଜାର ହଜାର ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଟ୍ରେନ୍ ଅପେକ୍ଷାରେ ରହିବା ସହ ହନ୍ତସନ୍ତ ହେଉଛନ୍ତି । ତେବେ, ଏହି ସମସ୍ୟା ଆସନ୍ତାକାଲି ଯାଏଁ ଲାଗି ରହିବ ବୋଲି ଜଣାପଡିଛି । ଏହାପରେ ଭୁବନେଶ୍ୱର ଷ୍ଟେସନରୁ (Bhubaneswar railway station) ଟ୍ରେନ (train)ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

Also Read: Sawan Last Monday: ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି


ପୂର୍ବତଟ ରେଳ ବିଭାଗ  ସୂଚନା ଅନୁଯାୟୀ,  ତୃତୀୟ ରେଳ ଲାଇନ୍ (railway line)କାର୍ଯ୍ୟକ୍ଷମ ହେବାକୁ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ  ପ୍ରଭାବିତ ହେବା ନେଇ ଆଗୁଆ ଘୋଷଣ ହୋଇଛି।  ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟିକେଟ୍ ବୁକିଂ(ticket booking) ବେଳେ ଟ୍ରେନ୍ ଛାଡିବା  ଓ ପହଞ୍ଚିବା ଷ୍ଟେସନ ପରିବର୍ତ୍ତନ ସମ୍ପର୍କରେ  ମଧ୍ୟ ଯାତ୍ରୀ ମାନଙ୍କୁ ସୂଚନା ଦିଆଯାଇଛି ।  ସିଗନାଲ୍ କାମ ଚାଲୁଥିବାରୁ ମାନୁଆଲ ମୋଡରେ ଟ୍ରେନ ଗୁଡିକ ଛଡା ଯାଉଛି । ଦିନରେ ପତକା ଓ ରାତିରେ ଲାଇଟ୍ ମାଧ୍ୟମରେ  ସିଗନାଲ୍ ଦିଆଯାଉଛି ।   


ଆସନ୍ତାକାଲି( ଅଗଷ୍ଟ ୨୯ ପର୍ଯ୍ୟନ୍ତ) ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍‌,  ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଓ ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌ ଗୁଡି଼କ ଭୁବନେଶ୍ବର  ଷ୍ଟେସନ ବଦଳରେ  ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେହି ଠାରୁ ହି ଛାଡିବ ବୋଲି ସୂଚନା ମିଳିଛି । ସେହିପରି , କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍‌-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୟାଗଡ଼ ଟାଉନ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଭୁବନେଶ୍ବର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍‌, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍‌, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ‌ଚଳାଚଳ କରିବ ବୋଲି ଜଣାପଡିଛି ।