ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ ଏହି ଟଙ୍କା ଆବଣ୍ଟନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏହି ବଜେଟରେ ଓଡ଼ିଶା ପାଇଁ ନୂଆ ରେଳଟ୍ରାକ୍‍ ନିର୍ବାଣ, ହାତୀଙ୍କ ଗତିବିଧି ଜାଣିବାକୁ ସ୍ୱତନ୍ତ୍ର ଟେକ୍ନୋଲେଜି ବ୍ୟବସ୍ଥା ଏବଂ ଷ୍ଟେସନ୍‍ ଓ ଡବାର ଉନ୍ନତୀକରଣ ସାମିଲ୍‍ ରହିଛି। 
ବିଗତ ୩ ବର୍ଷର ହାରାହାରି ରେଳ ବଜେଟ୍‍ ଆବଣ୍ଟନକୁ ହିସାବ କଲେ ରାଜ୍ୟକୁ ବାର୍ଷିକ ୧୦ହଜାର କୋଟି ଟଙ୍କାର ଆବଣ୍ଟନ ହୋଇଛି। ହେଲେ ଏହି ଆବଣ୍ଟନକୁ ୨୦୦୯-୨୦୧୪ ଅର୍ଥାତ୍‍ ୟୁପିଏ ସରକାରରେ ବଜେଟ୍‍ ଆବଣ୍ଟନକୁ ତୁଳନା କଲେ ୧୨ଗୁଣା ଅଧିକ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାରଣ ସେହି ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ରାଜ୍ୟରେ ରେଳ ବିକାଶ ଲାଗି ଆବଣ୍ଟନ କରାଯାଉଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ବଜେଟ୍‍ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ହୋଇଥିଲେ ମଧ୍ୟ ବିଜେପି ନେତୃତ୍ୱଧୀନ କେନ୍ଦ୍ର ସରକାର ଜୁଲାଇମାସରେ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅର୍ଥମନ୍ତ୍ରୀ। ଏହିକ୍ରମରେ ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୪୭୩ କିଲୋମିଟର ନୂଆ ରେଳପଥ ବିକାଶ କରାଯାଇଥିବା ବେଳେ ଆସନ୍ତା ଦିନଗୁଡ଼ିକରେ ନୂଆ ରେଳପଥ ବିକାଶରେ ଏହି ଅର୍ଥ ସହାୟକ ହେବ ବୋଲି ଆଶା କରାଯାଇଛି। 


ମିଳିଥିବା ସୂଚନା ଅନୁସାରେ ୨୦୧୪ରୁ ୨୦୨୪ ଭିତରେ ଅର୍ଥାତ୍‍ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ୨୦୬ କିଲୋମିଟର ନୂଆ ରେଳ ଲାଇନ୍‍ ବିଛାଯାଇଛି। ଅପରପକ୍ଷେ ୟୁପିଏ ସରକାର ସମୟରେ ୨୦୦୯ାୂ ୨୦୧୪ ଭିତରେ ୫୩ କିଲୋମିଟର ନୂଆା ରେଳଲାଇନ୍‍ ବିକାଶ କରାଯାଇଥିଲା। ଏହା ଛଡ଼ା ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ୫୩ଟି ଅମୃତ ଷ୍ଟସନ୍‍ ସହ ୩୪ଟି ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ବିକ୍ରି ପ୍ରୋତ୍ସାହନ ଲାଗି ୪୨ଟି ଷ୍ଟଲ୍‍ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। 


ଦେଶର ରେଳ ବିକାଶ ନେଇ ଏନ୍‍ଡିଏ ସରକାରର ଚିନ୍ତାଧାରାରେ ଏଥର ୩ଟି ପ୍ରମୁଖ ରେଳ କରିଡର ସ୍ଥାପନ ପାଇଁ ବ୍ୟବସ୍ଥା ହୋଇଛି। ଏଥିରେ ରହିଛି ଏକ ଶକ୍ତି, ଖଣିଜ ଓ ସିମେଣ୍ଟ କରିଡର, ଦ୍ୱିତୀୟରେ ରହିଛି ରେଳ ସାର ଅର୍ଥାତ୍‍ ବନ୍ଦରକୁ ସଂଯୁକ୍ତ କରୁଥିବା ରେଳ କରିଡର। ଏବଂ ତୃତୀୟରେ ରହିଛି ଅମୃତ ଚତୁର୍ଭୁଜ ବା ରାଜପଥକୁ ସଂଯୁକ୍ତ କରୁଥିବା ରେଳକରିଡର। ଏହି ସ୍ୱଥନ୍ତ୍ର ରେଳ କରିଡର ଦେଶର ଅର୍ଥନୀତିକ ବିକାଶଧାରାକୁ ଆହୁରି ତ୍‍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି। 


ଏହି ବଜେଟରେ ୪୦୦୦ ରେଳ ଡବାକୁ ବନ୍ଦେ ଭାରତ ମାନକକୁ ରୂପାୟନ କରାଯିବ। ପରିବହନ ବୃଦ୍ଧି ଓ ଖର୍ଚ୍ଚ କମାଇବା ସହ ନିରାପତ୍ତା ବୃଦ୍ଧି କରିବ। ରେଳ ନେଟଓ୍ୱର୍କକୁ ସୁରକ୍ଷିତ କରିବା ପାଇଁ ନିଜସ୍ୱ ବିକଶିତ କବଚ ବ୍ୟବହାର କରାଯିବ। ଏଥିରେ ୧୭୦ଟି ଗାଡ଼ିକୁ ନିଦ୍ଧୋରଣ କରାଯାଇଛି। ଫଳରେ ୮୨୭ କିଲୋମିଟର ସମ୍ପୂର୍ଣ୍ର ଭାବେ ସୁରକ୍ଷିତ ହୋଇପାରିବ। ୩୦୪୦ କିଲୋମିଟର ଅପ୍ଟିକାଲ୍‍ ଫାଇବର ଲାଇନ, ୧୮୬ଷ୍ଟେସନରେ ୨୬୯ ଟେଲିକମ ଟାଓ୍ୱାର ସ୍ଥାପନ କରାଯିବା ବ୍ୟବସ୍ଥା କରାଯାଇଛି।  ହାତୀ ମୃତ୍ୟୁକୁ ରୋକିବା ଲାଗି ଏଥର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳ ଟ୍ରାକ୍‍ରେ ହାତୀ ପ୍ରବେଶ କରିଲେ ସଙ୍କେତ ପାଇବା ଲାଗି ସ୍ୱତନ୍ତ୍ର ଅନୁପ୍ରବେଶଚିହ୍ନଟ ବ୍ୟବସ୍ଥା ( ଆଇଡିଏସ୍‍) ଲଗାଯିବାକୁ ବ୍ୟବସ୍ଥା କରାଯାଇଛି।