Vande Bharat Express: ଅନ୍ତ ହେବାକୁ ଯାଉଛି ପ୍ରତୀକ୍ଷା । ଖୁବଶୀଘ୍ର ଓଡିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ଆସନ୍ତା ୩୦ ତାରିଖ ସୁଦ୍ଧା ପୁରୀ-ରାଉରକେଲା ମଧ୍ଯରେ ଚାଲିବ ଏହି ଦ୍ରତଗାମୀ ଟ୍ରେନ । ଗତ ମାସରେ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ (Railway Minister Ashwini Vaishnaw) ରାଉରକେଲା- ଭୁବେନଶ୍ବର ମଧ୍ଯରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରିଥିଲେ । ତେବେ ରେଳବାଇ ପକ୍ଷରୁ କୌଣସି ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ଯ ପରୀକ୍ଷାମୂଳକ ରନିଂ ପାଇଁ ସମୟ ଓ ରହଣି ଷ୍ଟେସନ ନେଇ ତାଲିକା ପ୍ରକାଶ ପାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଓଡ଼ିଶାରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (Second Vande Bharat in odisha) । ରାଉରକେଲା- ଭୁବେନଶ୍ବରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ସୁନ୍ଦରଗଡ଼, ଝାରସୁଗୁଡ଼ା, ତାଳଚେରକୁ ଯୋଡ଼ିବ ଏହି ଟ୍ରେନ୍ । ସେପ୍‌ଟେମ୍ବର ଦ୍ବିତୀୟ ସପ୍ତାହରେ ପୁରୀ- ରାଉରକେଲା ମଧ୍ୟରେ ଏହି ଟ୍ରେନ୍ ପରୀକ୍ଷାମୂଳକ ରନିଂ କରାଯିବ ବୋଲି ଜଣାପଡ଼ିଛି । ଶୁକ୍ରବାର ଦିନ ଚେନ୍ନାଇରୁ ବାହାରିଥିବା ୮ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ପୁରୀର ସାକ୍ଷୀଗୋପାଳରେ ପହଞ୍ଚିଛି। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ତାଲିକା ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍‌ରେ ଖୋର୍ଦ୍ଧା ରୋଡ୍‌, ୬ଟା ୪ ମିନିଟ୍‌ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍‌ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍‌ରେ ​ଢେଙ୍କାନାଳ, ୮ଟା ୧୪ ମିନିଟ୍‌ରେ ଅନୁଗୁଳ, ୧୦ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।


ପୁର୍ନବାର ରାଉଲକେଲା ଷ୍ଚେସନରୁ ଅପରାହ୍ନ ୨ଟା ୧୦ ମିନିଟରେ ପୁରୀ ଅଭିମୁଖେ ବାହାରିବ । ଅପରାହ୍ନ ୩ଟା ୨୩ ମିନିଟରେ ଝାରସୁଗୁଡ଼ା, ୪ଟା ୩ ମିନିଟରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ ଅନୁଗୁଳ ଷ୍ଟେସନରେ ପହଁଞ୍ଚିବ । ୬ଟା ୫୪ ମିନିଟର୍ ଢେଙ୍କାନାଳ, ୭ଟା ୪୨ ମିନିଟରେ କଟକ, ରାତି ୮ଟା ୧୫ ମିନିଟରେ ଭୁବନେଶ୍ବର, ୮ଟା ୩୭ ମିନିଟରେ ଖୋର୍ଦ୍ଧା ରୋଡ୍‌, ୯ଟା ୪୦ ମିନିଟ୍ ପୁରୀ ଷ୍ଟେସନରେ ପହଞ୍ଚିବ । ଶନିବାର ଦିନ ବ୍ୟତୀତ ସପ୍ତାହର ବାକି ୬ ଦିନ ଏହି ଟ୍ରେନ୍ ଚାଲିବ । ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍ ସେଥିପାଇଁ ୭ ଘଣ୍ଚା ୪୫ ମିନିଟ୍ ନେବ । ପରୀକ୍ଷା ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି। ଏହା ଦ୍ବାରା ରାଉରକେଲାବାସୀ  ଉପକୃତ ହେବେ। ଗତ ଏପ୍ରିଲ ମାସରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ପତ୍ର ଲେଖି ବନ୍ଦେ ଭାରତ ଚଳାଚଳ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।


Also Read-Asia cup: ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମହା ମୁକାବିଲା