Weather update: ପାଣିପାଗକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ଅପରାହ୍ନରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରି କହିଛି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଗୁଜୁରାଟ, ଗୋଆ, କେରଳ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ବୈଜ୍ଞାନିକ ଅମିତ କୁମାରଙ୍କ ଅନୁଯାୟୀ ଏହି ବାତ୍ୟା ପ୍ରବାହ ବେଙ୍ଗଲ ଦେଇ ପଶ୍ଚିମ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଅବଧି ମଧ୍ୟରେ ଭାରତର ଅନେକ ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅନ୍ୟପଟେ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଟ୍ୱିନ୍ ସିଟି ଭୁବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବର୍ଷା ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ ଓ ଗଂଜାମର ନାମ ରହିଛି ।


୩ ଅକ୍ଟୋବର ପର୍ଯ୍ୟନ୍ତ ଅନେକ ରାଜ୍ୟରେ ହେବ ବର୍ଷା
ପାଣିପାଗ ବିଭାଗ ଅନୁଯାୟୀ ୨୮ ସେପ୍ଟେମ୍ବରରେ ପୂର୍ବ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ସେହିପରି ପଶ୍ଚିମ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ୱର ୨୮ ରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।


ପାଣିପାଗ ବିଭାଗ ଅନୁଯାୟୀ ୨୯ ସେପ୍ଟେମ୍ବରରେ ଆସାମ, ମେଘାଳୟ ଏବଂ କେରଳରେ ପ୍ରବଳ ବର୍ଷା ହେବ। ସେହିଭଳି ୧ ଅକ୍ଟୋବରରେ ଉତ୍ତର ଭାରତରେ ହାଲୁକା ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ୨ ଓ ୩ ଅକ୍ଟୋବରରେ ସମଗ୍ର ଉତ୍ତର ପୂର୍ବରେ ବର୍ଷା ହେବ। ଆସନ୍ତା ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଗୋଆ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ବର୍ଷା ହେବ।