Raja Utshav 2023: ଓଡ଼ିଶାର ପୁରାତନ କଳା ସଂସ୍କୃତି ଐତିହ୍ୟକୁ ଉଜ୍ଜୀବିତ ରଖିବାର ପ୍ରୟାସ ଜାରି ରଖିଛି ବନ୍ଦର ନଗରୀ ପାରାଦୀପ। ବାର ମାସରେ ତେର ପରବ ଭିତରେ ରଜ ପରବକୁ ସମସ୍ତେ ଉତ୍ସାହର ସହିତ ପାଳନ କରୁଛନ୍ତି। ତିନି ଦିନ ଧରି ଚାଲିବାର ଥିବା ୨୦୨୩ ରଜ ମହୋତ୍ସବକୁ ବଡ଼ ଧୂମଧାମର ସହ ପାଳନ କରୁଛି ପାରାଦୀପ ବନ୍ଦରର ସାସ୍କୃତିକ କକ୍ଷ ଜଗନ୍ନାଥ ଲଳିତ କଳା ସଂସଦ।


COMMERCIAL BREAK
SCROLL TO CONTINUE READING

ବନ୍ଦର ନଗରୀ ପାରାଦୀପର ଜଗନ୍ନାଥ ଲଳିତ କଳା ସଂସଦ ଦୀର୍ଘ ୧୮ ବର୍ଷ ଧରି ପାଳନ କରି ଆସୁଅଛି ଓଡ଼ିଶାର ନିଆରା ପର୍ବ ରଜ ମହୋତ୍ସବ। ପାରାଦୀପ ଏକ ଶିଳ୍ପ ଭିତ୍ତିକ ଅଞ୍ଚଳ ହୋଇଥିବା ପରେ ମଧ୍ୟ ନିଜ ମାଟିର କଳା ସଂସ୍କୃତିକୁ କେବେବି ଭୁଲି ପାରି ନାହିଁ। ଓଡ଼ିଶାରେ ଯେତେ ପର୍ବ ପାଳନ କରାଯାଏ ସେ ସବୁକୁ ବନ୍ଦର ନଗରୀ ପାରାଦୀପରେ ମଧ୍ୟ ପାଳନ କରାଯାଇ ଆସୁଛି। ଆଗାମୀ ପିଢ଼ିଙ୍କ ପାଇଁ ଓଡ଼ିଶାର ବାର ମାସରେ ତେର ପର୍ବକୁ ଉଜ୍ଜୀବିତ ରଖିବା ସହିତ ୨୦୨୩ ରଜ ପର୍ବ ମହୋତ୍ସବକୁ ବଡ ଧୀମଧାମର ସହ ପାଳନ କରୁଛି। 


ତିନି ଦିନ ଧରି ପାଳିତ ହେଉଥିବା ରଜ ମହୋତ୍ସବରେ ପ୍ରଥମ ଦିନ ତଥା ପହିଲି ରଜରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍ ଆନୁଷ୍ଠାନିକ ଭାବେ ୨୦୨୩ ରଜ ମହୋତ୍ସବକୁ ଉଦଘାଟନ କରିଥିଲେ। ଚଳିତ ବର୍ଷ ରଜ ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବନ୍ଦର ତଥା ପାରାଦୀପ ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ। ରଜ ଆସିଲେ ବନ୍ଦର କର୍ମଚାରୀ ଏବଂ ସେମାନଙ୍କ ପରିବାର ସହର ଛାଡି ନିଜ ଗ୍ରାମରେ ରଜ ପାଳୁନ କରୁଥିଲେ। ହେଲେ ପାରାଦୀପ ବନ୍ଦର ପକ୍ଷରୁ ରଜ ମହୋତ୍ସବ ଆରମ୍ଭ ହେବା ଦିନ ଠାରୁ ଅଧିକାରୀ ଏବଂ କର୍ମଚାରୀ  ଏଠାରେ ରହି ରଜ ମହୋତ୍ସବରେ ସାମିଲ ହେଉଛନ୍ତି।


ତିନି ଧରି ପାଳିତ ହେବାକୁ ଥିବା ଏହି ରଜ ମହୋତ୍ସବରେ ପ୍ରଥମ ଦିନ ଆୟୋଜକ ପକ୍ଷରୁ ପୋଡ଼ପିଠା, ହୁଳହୁଳି, ଶଙ୍ଖ ବାଦନ,ପାନ, ନୃତ୍ୟ, ରଜ ବେଶ ଏହି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସଫଳତା ପାଇଥିବା କୄତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ରଜ ଅବସରରେ ସମସ୍ତଙ୍କ ପାଇଁ ଦୋଳି ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କୋରୋନା ପାଇଁ ୩ ବର୍ଷ ରଜ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ଥର ମହୋତ୍ସବକୁ କିଭଳି ସରସ ସୁନ୍ଦର କରିହେବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। 


ଏହି ଉତ୍ସବରେ କେବଳ ପାରାଦୀପ କାହିଁକି ପାରାଦୀପ ଆଖପାଖ ଅଞ୍ଚଳର ଝିଅ, ବୋହୂ ମଧ୍ୟ ଏହି ରଜ ମହୋତ୍ସବରେ ମଜା ନେବାପାଇଁ ଆସିଥାନ୍ତି। ଯାହା ଦ୍ବାରା ରଜ ତିନି ଯାକ ଉତ୍ସବ ମୁଖର ହୋଇ ଉଠିଥାଏ ବନ୍ଦର ନଗରୀ ପାରଦୀପ। ସୁରକ୍ଷାକୁ ଦୄଷ୍ଟିରେ ରଖି ସିଆଇଏସଏଫ ଜବାନ ମୁତୟନ, ସିସିଟିଭି ବ୍ୟବସ୍ଥା ରହିବା ସହିତ ପ୍ରତିବର୍ଷ ଭଳି ବିଭିନ୍ନ ଦୋକାନ ବଜାର, ଷ୍ଟଲ ମାନ ଖୋଲା ଯାଇଛି। ଓଡ଼ିଶାର ଗଣପର୍ବ ରଜ ମହୋତ୍ସବକୁ ଉଦଜୀବିତ ରଖିବା ଉଦ୍ଦେଶ୍ୟରେ ରଜ ମହୋତ୍ସବର ଆୟୋଜନ କରାଯାଉଛି। ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କହିଛନ୍ତି। ବନ୍ଦର ଭଳି ସହରାଞ୍ଚଳରେ ପୁରାତନ କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବାର ପ୍ରୟାସ ସତରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ।