Puri News: ଆସନ୍ତା କାଲିଠାରୁ ତିନିଦିନ ଯାଏ ଅପରାହ୍ଣରେ ଶ୍ରୀ ଜଗନ୍ନାଥଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁଣିଥରେ ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେବ।  ଅପରାହ୍ଣ ୨ଟାରୁ ଏହି ସର୍ବେକ୍ଷଣ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ତାହା ଚାଲିବ।  ନିର୍ଦ୍ଧାରିତ ରୀତି ନୀତିକୁ ମଧ୍ୟ ସେହି ସମୟ ଯେମିତି ବାଧାର ନପାଇବ ସେଥିଲାଗି ବ୍ୟବସ୍ଥା କରାଯାଇଛି। 

 

ଶ୍ରୀମନ୍ଦିର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲିଠାରୁ ରବିବାର ଯାଏ ତିନିଦିନ ଧରି ଏହି ବୈଷୟିକ ଯାଞ୍ ହେବ। ପୂର୍ବରୁ  ୧୮ ତାରିଖ ଦିନ ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଥିଲା। ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍‍ ଶ୍ରୀମନ୍ଦିର ଭିରେ ପ୍ରବେଶ କରି ଏହାର କାନ୍ଥ ଏବଂ ଛାତକୁ ସର୍ତବେକ୍ଷଣ କରିଥିଲେ। ଏହି ସମୟରେ କୌଣସି ଗୁପ୍ତ ସୁଡ଼ଙ୍ଗ ବିଷୟରେ ସେମାନଙ୍କୁ କିଛି ତଥ୍ୟ ମିଳି ନଥିଲା। ହେଲେ ବିଶ୍ୱାସ ରହିଛି ଯେ, ସେହିଠାରେ ସୁଡ଼ଙ୍ଗ ରହିଛି। ଏହାକୁ ରାଡାର ମାଧ୍ୟମରେ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁରୋଧ କ୍ରମେ ଏଏସ୍‍ଆଇ ପକ୍ଷରୁ ଆବଶ୍ୟକ କାର୍ଯ୍ୟକ୍ରମ ପରିଚାଳନା କରାଯିବ। 

 

ଗତକାଲି ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ  ସି.ଏସ.ଆଇ.ଆର୍-ଏନ.ଜି.ଆର.ଆଇର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିଷ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ  ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ସେପଟେମ୍ବର 24 ତାରିଖ ଠାରୁ ଦଶହରା (ଷୋଳ ପୂଜା) ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେଉଥିବାରୁ ଏହି ସର୍ବେକ୍ଷଣ କାର୍ଯ୍ୟକୁ ୨୪ ପୂର୍ବରୁ ଶେଷ କରିବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅନୁରୋଧ କରିଥିଲେ।   

 

ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ରତ୍ନଭଣ୍ଡାର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଦ୍ବାରା ଯେପରି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ନ ପଡିବ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କ ଅନୁମୋଦିତ  ନିର୍ଘଣ୍ଟ କୁ ପାଳନ କରାଯାଉଛି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ନିଷ୍ପତ୍ତିରେ ଏହାକୁ ସ୍ପଷ୍ଟଭାବେ ପରାମର୍ଶ ଦେଇଛନ୍ତି।   

 

ଡ. ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ବେକ୍ଷଣ ସରିବା ପରେ  ଏଏସ୍‍ଆଇ ମରାମତି କାର୍ଯ୍ୟ ମରାମତି କାର୍ଯ୍ୟ ଗ୍ରହଣ କରିବେ। ପୂର୍ବରୁ ସରକାରଙ୍କ ଅନୁମୋଦିତ  କାର୍ଯ୍ୟକ୍ରମ ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି । ଏ.ଏସ୍.ଆଇ ମରାମତି କାର୍ଯ୍ଯ ଶେଷ କରିବା ପରେ ଅଳଙ୍କାର ଗଣତି ତଥା ମଣତି କରାଯାଇ ପାରିବ ।