Ratnabhandar: ଚାରି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ଯକ୍ରମ ରହିଛି। ତାପରେ ଅପରାହ୍ନ ୨ଟା ସମୟରେ ପୁରୀ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ବସିବ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ । ବୈଠକରେ ଅଧ୍ୟକ୍ଷତା କରିବେ ଜଷ୍ଟିସ ଅରିଜିତ ପଶାୟତ। ଏହି ବୈଠକରେ ରତ୍ନ ଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ।ରାଜ୍ୟ ସରକାରଙ୍କ ତରଫରୁ ଏହି କମିଟିର ଅଧ୍ୟକ୍ଷ ଭାବରେ ଅରିଜିତ ପଶାୟତଙ୍କ ନାମ ଘୋଷଣା କରାଯାଇଥିଲା। ଗତକାଲି ଠାରୁ ଶ୍ରୀଯୁକ୍ତ ପଶାୟତ ଭୁବନେଶ୍ୱର ପହଞ୍ଚି ସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି ସକାଳେ ଶ୍ରୀମନ୍ଦିର ଦର୍ଶନ ପରେ ଦିନ ୨ ଟାରେ ବୈଠକରେ ଯୋଗ ଦେବେ। ରତ୍ନଭଣ୍ଡାର ତଦାରଖ କମିଟିରେ ଶ୍ରୀଯୁକ୍ତ ପଶାୟତଙ୍କ ସମେତ ଅନ୍ୟ ୧୨ ଜଣ ସଦସ୍ୟ ରହିଛନ୍ତି ।ଓଡିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ଗତ ଫେବୃଆରୀ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟଙ୍କୁ ରଖାଯାଇଛି ।


ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ଉପାଧ୍ୟକ୍ଷ ଭାବରେ ରହିଥିବା ବେଳେ ,ଡ. ବିଧୁଭୁଷଣ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD,ଶ୍ରୀ ଏ.କେ. ସାବତ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ,ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂହ ଦେବ ଙ୍କ ପ୍ରତିନିଧି,ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି,ଶ୍ରୀ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି,ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର,ସେବକ ପ୍ରତିନିଧି,ଶ୍ରୀ ଜଗନ୍ନାଥ କର , ସେବକ ପ୍ରତିନିଧି,ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପ ସେବକଏବଂପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ,ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ ଭାବରେ କାର୍ଯ୍ୟ କରିବେ।