Odisha News: ଏଥର କମିବ ଚାଉଳ ଉତ୍ପାଦନ , ସେପଟେ ଜମା ହୋଇନି ୧୭ ପ୍ରତିଶତ ଚାଉଳ
ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ୫.୬୨ ଲକ୍ଷ କ୍ୱିଣ୍ଟାଲ କମ ଚାଉଳ ପାଇବ ଯୋଗାଣ ନିଗମ। ୨୦୨୨ ତୁଳନାରେ ୨୦୨୩ରେ କମ ଧାନ ସଂଗ୍ରହ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ମିଲ ମାଲିକମାନେ ୧୭ ପ୍ରତିଶତ ଚାଉଳ ଦେଇନାହାନ୍ତି। ଗତବର୍ଷ ଏହି ସମୟ ପର୍ଯ୍ୟନ୍ତ ୯୦ ପ୍ରତିଶତ ଚାଉଳ ଯୋଗାଣ ନିଗମ ଏବଂ ଏଫସିଆ
Odisha News: ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ୫.୬୨ ଲକ୍ଷ କ୍ୱିଣ୍ଟାଲ କମ ଚାଉଳ ପାଇବ ଯୋଗାଣ ନିଗମ। ୨୦୨୨ ତୁଳନାରେ ୨୦୨୩ରେ କମ ଧାନ ସଂଗ୍ରହ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ମିଲ ମାଲିକମାନେ ୧୭ ପ୍ରତିଶତ ଚାଉଳ ଦେଇନାହାନ୍ତି। ଗତବର୍ଷ ଏହି ସମୟ ପର୍ଯ୍ୟନ୍ତ ୯୦ ପ୍ରତିଶତ ଚାଉଳ ଯୋଗାଣ ନିଗମ ଏବଂ ଏଫସିଆଇକୁ ପହଞ୍ଚି ସାରିଥଇଲା। ଏବର୍ଷ ଧାନ ସଂଗ୍ରହ ପାଇଁ ୧୩୭୨ ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇଛି।
ଆଉ ମାତ୍ର ଗୋଟିଏ ସପ୍ତାହ ପରେ ବରଗଡ଼ରୁ ଧାନ ଖର୍ଦ୍ଦି ଆରମ୍ଭ ହେବ। ୨୦୨୨ ମସିହାରେ ଖରିଫରେ ୬୫.୩୦ ଲକ୍ଷ କ୍ୱିଣ୍ଟାଲ, ରବିରେ ୫୮.୦୩ ଲକ୍ଷ କ୍ୱିଣ୍ଟାଲ ସହିତ ରାଜ୍ୟରେ ସମୁଦାୟ ୭୯.୧୬ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। ଅର୍ଥାତ ରାଜ୍ୟ ଏଥିରୁ ୫୪.୧୦ ଲକ୍ଷ ମେଟ୍ରକ ଟନ ଚାଉଳ ପାଇଥିଲା। ୨୦୨୩ ଖରିଫେ ୫୮.୦୩ ଲକ୍ଷ କ୍ୱିଣ୍ଟାଲ, ରବିରେ ୧୨.୮୫ ଲକ୍ଷ କ୍ୱିଣ୍ଟାଲ ସହିତ ସମୁଦାୟ ୭୦.୮୮ ଲକ୍ଷ ମେଟ୍ରିକ ଟନକୁ ହ୍ରାସ ପାଇଥିଲା। ଏଥିରୁ ଚଳିତ ବର୍ଷ ୪୮.୪୭ ଲକ୍ଷ ମେଟ୍ରିକ ଟନ ଚାଉଳ ପାଇବ ରାଜ୍ୟ। ଯାହାକି ଗତବର୍ଷ ଅପେକ୍ଷା କମ। ବର୍ତ୍ତମାନ ସୁଦ୍ଧା ଯୋଗାଣ ନିଗମ ୨୧.୦୬ ଲକ୍ଷ ଏବଂ ୧୮.୫୬ ଲକ୍ଷ ମେଟ୍ରିକ ଟନ ଚାଉଳ ପାଇଛି। ଅର୍ଥାତ ଗତବର୍ଷ ଠାରୁ କମ ଚାଉଳ ସଂଗ୍ରହ ହୋଇଛି। ବୋନସ ବ୍ୟବସ୍ଥା ଲାଗୁ ସତ୍ତ୍ୱେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧ ପ୍ରତିଶତ ଚାଷୀ ପଞ୍ଜିକରଣ ହ୍ରାସ ପାଇଥିବାରୁ ଧାନ ସଂଗ୍ରହ ଓ ଚାଉଳ ଉତ୍ପାଦନ ଉପରେ ତାର ପ୍ରଭାବ କିପରି ପଡୁଛି ଦେଖିବାକୁ ବାକି ରହିଲା।
୨୦୦୩ରୁ ୨୦୧୬ ମସିହା ମଧ୍ୟରେ ରାଜ୍ୟରେ ୯୩ ମିଲ ମାଲିକ ୧୮୭.୭୩ କୋଟିର ଚାଉଳ ଅନିୟମିତତା କରିଛନ୍ତି। ସେମାନଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା କେବଳ ୪୬.୩୯ କୋଟି ଆଦାୟ ହୋଇଛି। ୧୪୧.୩୪ କୋଟି ବର୍ତ୍ତମାନ ସୁଦ୍ଧା ଆଦାୟ ହୋଇପାରିନାହିଁ। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଚାଉଳ ଅନିୟମିତତା ନେଇ ୯୩ ମିଲରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିରୁ ୩ ମିଲରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ, ୭ ମିଲରଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ଗଡୁଛି। ୬୪ ମିଲରଙ୍କ ବିରୋଧରେ ଭିଜିଲାନ୍ସରେ ଏତଲା ଦିଆଯାଇଛି। କେବଳ ୮୮ ଜଣ ମିଲରଙ୍କ ବିରୋଧରେ ଅଡିଟ କରାଯାଇଛି। ୯୩ ମିଲର ବକେୟା ପ୍ରଦାନରେ ବିଫଳ ରହିଛନ୍ତି।