Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଘଟିଗଲା ଭୟଙ୍କର ଦୁର୍ଘଟଣା (Road Accident)। ଏକା ସାଙ୍ଗରେ ଆଖି ବୁଜିଲେ ୪ ସାଙ୍ଗ। କଟକ ଜିଲ୍ଲା ତିଗିରିଆ ଥାନା ଗଦାଧପୁର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଥିବାରୁ ଏହି ଛାତିଥରା ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ : IAS Marriage: ହାତକୁ ଦି ହାତ ହେଲେ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?


ସୂଚନା ଅନୁସାରେ,  ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜିରୁ ୪ଜଣ ସାଙ୍ଗ ଏକ କାର୍‌ ଯୋଗେ ଘରକୁ ଫେରୁଥିଲେ। କୋଇଲିକନ୍ୟା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଥିଲା। ଫଳରେ କାରରେ ଥିବା ୪ ଜଣ ସାଙ୍ଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବଂ କିଭଳି ସ୍ଥିତିରେ ଏ-ହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି । ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି ପାଳପୁଟର, ଜଣଙ୍କ ଘର ବଡମ୍ବା ଓ ଅନ୍ୟ ଜଣଙ୍କ ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି।


ଅନ୍ୟପଟେ, ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ବି ଏକ ଛାତିଥରା ଭୟଙ୍କର ଦୁର୍ଘଟଣା ଘଟିଛି।  ଏ-କ ଟ୍ରକ୍‌କୁ ପଛରୁ ପିଟିଛି ବରଯାତ୍ରୀ ବସ୍‌। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଏକ ବରଯାତ୍ରୀ ବସ୍ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ୪୦ ରୁ ଅଧିକ ବରଯାତ୍ରୀ ଥିଲେ। ସେପଟେ, ବାଲେଶ୍ବର ଜିଲ୍ଲା ସୋରର ୧୬ନଂ ଜାତୀୟ ରାଜପଥ ଦହିସଡ଼ା ଛକରେ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ପଛକୁ ପିଟିଲା ବୋଲେରୋ। ଏଥିରେ  ୭ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କଟକରୁ ବାଲେଶ୍ୱର ଯିବା ବେଳେ ଦୁର୍ଘଟଣା ହୋଇଥିଲା