Advertisement
Photo Details/zeeodisha/odisha2092119
photoDetails0hindi

IAS Marriage: ହାତକୁ ଦି ହାତ ହେଲେ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

IAS Marriage: ହାତକୁ ଦି ହାତ ହେଲେ ଆଉ ଜଣେ ଆଇଏଏସ୍ ଅଧିକାରୀ (IAS Marriage) ଅମ୍ରିତ୍ ଋତୁରାଜ୍ ।  ଫେବୃଆରୀ ୧ ତାରିଖରେ ବେଶ୍ ଧୂମାଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ଆଉ ସବୁଠୁ ବଡ଼ କଥା ହେଲା, ସେ ଜଣେ ଓଏଏସ୍‌ ଅଫିସ୍‌ର (OAS officer)ଙ୍କୁ ନିଜ ସାତ ଜନମର ସାଥୀ କରିଛନ୍ତି । ତେବେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସାଥୀଙ୍କ ବିଷୟରେ କିଛି ଖାସ୍ କଥା...

1/6

ହାତକୁ ଦି' ହାତ ହୋଇଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ  ତଥା ଆଇଏଏସ୍‌ ଅଫିସର (IAS Officer) ଅମ୍ରିତ୍ ଋତୁରାଜ୍। ସେ  ଓଏଏସ୍‌ ଅଫିସ୍‌ର  ଅମୃତା ପ୍ରିୟମ୍ବଦା ମିଶ୍ରଙ୍କୁ ବିବାହ କରିଛନ୍ତି। ବୈଦିକ ରିତିନୀତିରେ କଟକର ଏକ ଘରୋଇ ହୋଟେଲରେ ଫେବୃଆରୀ ୧ରେ ବେଶ ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। 

 

2/6

ଏହି ବିବାହ ଉତ୍ସବରେ ଉଭୟଙ୍କର ପରିବାର ବର୍ଗ ଓ ଘନିଷ୍ଠ ବନ୍ଧୁଙ୍କ ସହ ସମ୍ପର୍କୀୟ ମାନେ ମଧ୍ୟ ସାମିଲ୍ ହୋଇଥିଲେ। ତେବେ, ଦୁହେଁ ପ୍ରେମ ବିବାହ କରିଥିବା ଜଣାପଡିଛି । ଏହି ବିବାହରେ ଅନେକ ଆଇଏଏସ୍ , ଓଏଏସ୍ ଅଫିସର ,ନେତା ,ମନ୍ତ୍ରୀ ତଥା ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

 

3/6

ତେବେ, ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ ଆଇଏଏସ୍‌  ଅମ୍ରିତ୍‌ ଋତୁରାଜ୍ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଥିଲେ । ଗତ ୨୨  ତାରିଖରେ ତାଙ୍କର ଶ୍ରମ ଆୟୁକ୍ତ ଭାବେ (State Labour Commissioner)ବଦଳି ହୋଇଥିଲା ।

 

4/6

୨୦୧୫ କ୍ୟାଡରର ଆଇ. ଏ .ଏସ୍ ଅଫିସର  (IAS Officer) ହେଉଛନ୍ତି ଅମ୍ରିତ୍ ଋତୁରାଜ । ନବରଙ୍ଗପୁର ଉମର କୋର୍ଟରେ ଜନ୍ମ ଗ୍ରହଣ କରିଥିଲେ ଅମ୍ରିତ୍ ଋତୁରାଜ୍ । ବାପା ତାଙ୍କର ଥିଲେ ଜଣେ ଓ.ଏ.ଏସ ଅଫିସର (OAS officer)। ଅବଶ୍ୟ କଟକ ଜିଲ୍ଲାରେ ତାଙ୍କ ଘର ହୋଇଥିଲେ ମଧ୍ୟ ସେ କିନ୍ତୁ ଉମର କୋର୍ଟରେ ବାପା ମାଆଙ୍କ ପାଖରେ ବଢିଥିଲେ । 

 

5/6

୨୦୦୭ ମସିହାରେ ସେ ଯାଜପୁର ଜିଲ୍ଲା ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ପରେ ପରେ ସେ ରେଭେନ୍ସା ଜୁନିୟର କଲେଜରେ +୨ ସାଇନସ୍ ପଢି ,ସେଠାରୁ ସେ କୃର୍ତ୍ତକାର୍ଯ୍ୟ ହେବା ପରେ ପରେ ତାଙ୍କ କ୍ୟାରିୟର ଟ୍ରାକ୍ ରେ କିଛିଟା ପରିବର୍ତ୍ତନ ହୋଇଥିଲା । 

 

6/6

ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକ ପରେ ସେ ଜେ. ଏନ୍. ୟୁ.ରେ ନାମ ଲେଖାଇ (IAS) ହେବା ପାଇଁ ଖୁବ୍ ଜୋରସରରେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ । ସଂଯୋଗ ବସତଃ ୨୦୧୫ ମସିହାରେ ସେ ଆଇଏଏସ୍ କ୍ଲିୟର କରି ଓଡିଶା ଫେରିବା ପରେ, ଓଡିଶା ସରକାର ତାଙ୍କୁ ପ୍ରଥମ କରି ରାୟଗଡା ଗୁଣପୁରରେ ସବ୍ କଲେକ୍ଟର ବା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ।