ଭୁବନେଶ୍ଵର: ଗତକାଲି ରାତିରେ ସହିଦନଗର ୱିନର୍ କ୍ଳବରେ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୁଲିସ। ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରୁଛି ପୁଲିସ। ଖୁବଶୀଘ୍ର ସେମାନଙ୍କୁ ଧରିବା ପାଇଁ ଆରମ୍ଭ କରିଛି ତନାଘନା। 


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ସହିଦ ନଗର ଓ୍ଵିନର କ୍ଳବର କିଛି ଯୁବକ ସହିଦନଗର ଚାନ୍ଦିଭଣ୍ଡାର ପାଖରେ ଛିଡା ହୋଇ ଧୂମପାନ କରୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ। ଏହାକୁ ନେଇ ଉତ୍ତେଜନା ବଢ଼ିଥିଲା। ୧୦ ରୁ ୧୫ ଯୁବକ ଆସି ଆକ୍ରମଣ କରିଥିବା କରିଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ। ସହିଦ ନଗର ଥାନାରେ ମାମଲା ଦାୟର ହୋଇଥିଲା। ଗତକାଲି ପୁଣି ଥରେ ସେହି ଗୋଷ୍ଠୀ ବାଇକରେ ଆସି ଓ୍ଵିନର କ୍ଲବ ବାହାରେ ବୋମା ପକାଇବା ସହ ଗାଡି ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି। ୩୦ ରୁ ୪୦ ଦୁର୍ବୃତ୍ତ ଆସି ମୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ସହିଦନଗର ୱିନର କ୍ଲବରେ ବୋମାମାଡ଼ ସହ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ବୋମା ମାଡ଼ରେ କାର୍ ଓ ଗୋଟିଏ ବାଇକ ନଷ୍ଟ ହୋଇଛି। ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ପରେ ଗତକାଲି ବୋମାମାଡ଼ ହୋଇଛି।