Advertisement
Article Detail0/zeeodisha/odisha2497453
Zee OdishaOdisha StateOdisha News: ୧୨ ଘଣ୍ଟିଆ ଜୟପୁର ସହରର ବଜାର ବନ୍ଦ, ସିଟି ଜିଏସ୍‍ଟି ବିରୁଦ୍ଧରେ ରୋଷ

Odisha News: ୧୨ ଘଣ୍ଟିଆ ଜୟପୁର ସହରର ବଜାର ବନ୍ଦ, ସିଟି ଜିଏସ୍‍ଟି ବିରୁଦ୍ଧରେ ରୋଷ

Odisha News: ବ୍ୟବସାୟୀଙ୍କ ଉପରେ ସିଟି ଜିଲସ୍‍ଟିର ଜୁଲମକୁ ବିରୋଧ କରି ଆଜି କୋରାପୁଟର ଜୟପୁର ସହରରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। 

Odisha News: ୧୨ ଘଣ୍ଟିଆ ଜୟପୁର ସହରର ବଜାର ବନ୍ଦ, ସିଟି ଜିଏସ୍‍ଟି ବିରୁଦ୍ଧରେ ରୋଷ

Odisha News: ବ୍ୟବସାୟୀଙ୍କ ଉପରେ ସିଟି ଜିଲସ୍‍ଟିର ଜୁଲମକୁ ବିରୋଧ କରି ଆଜି କୋରାପୁଟର ଜୟପୁର ସହରରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କିଛି ଅସାଧୁ ଉଦ୍ଦେଶ୍ୟ ନେଇ କୋରାପୁଟ ଜିସ୍‍ଟି ବିଭାଗ ପକ୍ଷରୁ ବ୍ୟବସାୟୀଙ୍କ ଉପରେ ଚାପ ପକାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଏହି ଚଢ଼ଉ ଓ ଜିଏସ୍‍ଟି ଅଧିକାରୀଙ୍କ ନିର୍ଯାତନା ହେତୁ ଜଣେ ଯୁବ ବ୍ୟବସାୟୀଙ୍କ ଜୀବନ ଚାଲିଯାଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। 

କିଛିଦିନ ତଳେ କୋରାପୁଟରେ ଥିବା ଏକ ସୁନା ଦୋକାନୀଙ୍କ ଉପରେ ସିଟି ଜିଏସ୍‍ଟି ଚଢ଼ଉ କରିଥିଲେ। ଅନିୟମିତତା ଅଅଭିଯୋଗ ଆଣିଥିଲେ। ଏଡାକୁ କେନ୍ଦ୍ର କରି ବ୍ୟବସାୟୀମାନେ ଜିଏସ୍‍‍ଟି ଅଧିକାରୀଙ୍କୁ ଭେଟି ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ ଜିଏସ୍‍ଟି ଅଧିକାରୀ ଏଥିପ୍ରତି  ଅରାଜି ବ୍ୟକ୍ତ କରିଥିଲେ। ଏହା ବ୍ୟବସାୟୀ ହରିପ୍ରସାଦଙ୍କ ଉପରେ ଚାପ ପକାଇଥିଲା। ମାନସିକ ଚାପରେ ଏହି ୪୨ ବର୍ଷୀୟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ମ୍ୟତ୍ୟୁ ପାଇଁ ବ୍ୟସାୟୀମାନେ ଜିଏସ୍‍ଟି ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଏପରିକି ସହରର ସମସ୍ତ ଛାଟ ବଡ଼ ବ୍ୟବସାୟୀ ତାଙ୍କ ନିର୍ଯାତନା ଭୋଗ କରୁଥିବା ଅଭିଯୋଗ କରିଛନ୍ତି। ପ୍ରୟତିବାଦରେ ବ୍ୟବସାୟୀମାନେ ଆଜି ଯେଉଁ ବ୍ୟବସାୟ ବନ୍ଦ ଡାକରା ଦେଇଛନ୍ତି ତାହା ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏ ଚାଲିବ। ଏଥିରେ କୌଣସି ଶିକ୍ଷାନୁଷ୍ଠାନ ବା ଅତ୍ୟାବଶକୀୟ ସେବାକୁ ସେମିଲ କରାଯାଇ ନାହିଁ।

Add Zee News as a Preferred Source
About the Author