Sameer Das: ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା ଲାଗିଛି। ବିଜେଡିର ହାତ ଛାଡିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଲେ ଇସ୍ତଫା ପତ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସମୀର କହିଛନ୍ତି, '୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ତା ହରାଇଛନ୍ତି। ନେତା ଯେହେତୁ ମୋ ଉପରୁ ଆସ୍ତା ହରାଇଛନ୍ତି ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ମନେ ହେଉନାହିଁ।' ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।


ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ଜିତି ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି(BJD) ତାଙ୍କୁ ଟିକେଟ୍ ଦେଇନଥିଲା । ଏଡାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡିବାକୁ ଘୋଷଣା କରିଥିଲେ ।