ଭୁବନେଶ୍ୱର: ଅବସରପ୍ରାପ୍ତ ପୋଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ଓଡ଼ିଶା ପୋଲିସ ନିଯୁକ୍ତ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତ ଦେଇଛନ୍ତି। ତାଙ୍କୁ ଦୁଇ ବର୍ଷ ପାଇଁ ଚୁକ୍ତି ଭିତ୍ତିକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନିଯୁକ୍ତି ପରେ ସେ ସିଧାସଳଖ ଗୃହ ବିଭାଗକୁ ରିପୋର୍ଟିଂ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ସନ୍ତୋଷ ଉପାଧ୍ୟାୟ ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଥିଲେ। ୨୦୨୩ ଏପ୍ରିଲ ୩୦ରେ ସେ ଅବସର ଗ୍ରହଣ କରିଥିଲେ। ହୋମଗାର୍ଡ ଓ ଅଗ୍ନିଶମ ଡିଜି ପଦରେ ଥିବା ବେଳେ ତାଙ୍କ ଚାକିରି ସମାପ୍ତ ହୋଇଥିଲା।