Jagatsinghpur News: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ  (Janmashtami)ପାଳନ ହୋଇଥିବା ବେଳେ ଆଜି ନନ୍ଦ ମହୋତ୍ସବ ବଡ଼ ( Nanda Mahotsav) ଧୁମଧାମରେ ପାଳିତ ହୋଇଯାଇଛି। ଆଉ ଏଥିରୁ ବାଦ୍ ପଡି଼ନାହାଁନ୍ତି ବାବା ସାରଥୀଙ୍କ ଭକ୍ତ (sarathi devotees) ।  ପାରାଦୀପ ସାରଥୀ ପରିବାର ତରଫରୁ ଭୂତମୁଣ୍ଡାଇ ଉପକଣ୍ଠ ମଧୁରଗଣ୍ଡ ଗ୍ରାମରେ ଶତାଧିକ ସାରଥୀ ଭକ୍ତ ମାନଙ୍କ ସମାଗମ ହୋଇଥିଲା। ପ୍ରତିବର୍ଷ ସାରଥୀ ପରିବାରଙ୍କ ତରଫରୁ ନନ୍ଦ ଉତ୍ସବକୁ ମହାଆଡମ୍ବର ସହକାରେ ପାଳନ କରା ଯାଉଥିବା ବେଳେ ଆଜି ମଧୁରଗଣ୍ଡ ଗ୍ରାମ ନନ୍ଦ ଉତ୍ସବରେ ପ୍ରକମ୍ପିତ ହୋଇ ଉଠିଥିଲା। 


COMMERCIAL BREAK
SCROLL TO CONTINUE READING

Also Read: Nuakhai: ଏହି ଦିନ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ, ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ


Also Read: Flight Service: ଏହି ଦିନ ଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବନ୍ଦ ରହିବ ବିମାନ ଉଡ଼ାଣ


ପ୍ରଥମେ ସକାଳୁ କଳସ ଶୋଭାଯାତ୍ରା,ହୋମଯଜ୍ଞ ଓ ପୂର୍ଣ୍ଣାହୁତି ପରେ ସମସ୍ତେ ପଣା ପାଇଥିଲେ। ତେବେ ଆଜିର ଏହି ନନ୍ଦ ଉତ୍ସବକୁ ସାରଥୀ ଭକ୍ତ ମାନେ ସବୁଠି ବଡ ଧୁମଧାମରେ ପାଳନ କରିଥିଲେ। ଆଗକୁ ପୁଣି କେନ୍ଦ୍ରାପଡା ବାରୀମୂଳ ଆଶ୍ରମରେ ପ୍ରଭୁ ସାରଥୀଙ୍କ ପ୍ରବୋଚନ ସହିତ ତାଙ୍କର ଲୀଳାଖେଳା ଚାଲିବ ବୋଲି ଭକ୍ତ ମାନେ କହିଛନ୍ତି। ଯେଉଁ ଭଳି ଭାବେ ସାରଥୀ ଭକ୍ତ ମାନେ ଆଜି ନନ୍ଦ ଉତ୍ସବକୁ ବଡ ଧୁମଧାମରେ ପାଳନ କରିଛନ୍ତି ନିଶ୍ଚିତ ଆଗାମୀ ଦିନରେ ପୁନର୍ବାର ତାଙ୍କ ପ୍ରଭୁ ସାରଥୀଙ୍କୁ ଦେଖିବାର ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି ସାରଥୀ ଭକ୍ତମାନେ। ତେବେ ପାରାଦୀପ ସାରଥୀ ପରିବାର ଙ୍କ ତରଫରୁ ନନ୍ଦ ମହୋତ୍ସବ ପାଳନ କରା ଯାଇଥିବା ବେଳେ ବିଭିନ୍ନ ସମୟରେ ତାଙ୍କ ପ୍ରଭୁ ସାରଥୀଙ୍କ ନିର୍ଦ୍ଦେଶ କ୍ରମେ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଉଛି। ତେବେ ଆଗାମୀ ଦିନରେ ରକ୍ତ ଦାନ, ବୃକ୍ଷ ରୋପଣ ଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଜାରୀ ରହିବ ବୋଲି ସାରଥୀ ଭକ୍ତ ମାନେ କହିଛନ୍ତି।