Nuakhai: ଏହି ଦିନ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ, ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ
Advertisement
Article Detail0/zeeodisha/odisha1860249

Nuakhai: ଏହି ଦିନ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ, ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

Nuakhai: ପଶ୍ଚିମ ଓଡି଼ଶାର (western odisha) ଗଣପର୍ବ ନୂଆଁଖାଇ (Nuakhai) ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ପ୍ରତିବର୍ଷ ନୂଆଁଖାଇ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ନୂଆ ଉନ୍ମାଦନା ଆସିଥାଏ। ଏହା କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ନୂଆଁଖାଇ ପର୍ବ ଚାଷୀ (Farmer) ଙ୍କଠାରୁ ଆରମ୍ଭ ହୁଏ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀ (Samaleswari) ଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ।

ସୌଜନ୍ୟ- ସୋସିଆଲ ମିଡି଼ଆ

Nuakhai: ପଶ୍ଚିମ ଓଡି଼ଶାର (western odisha) ଗଣପର୍ବ ନୂଆଁଖାଇ (Nuakhai) ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୨୦ରେ ନୂଆଁଖାଇ (20 september 2023) ପାଳନ କରାଯିବ ବୋଲି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି।  ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇର ଶୁଭ ଲଗ୍ନ ରହିଛି।  ଏହି ଦିନ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ  (Samaleswari) ନିକଟରେ,  ସକାଳ  ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।  ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ, ପଶ୍ଚିମ ଓଡି଼ଶାବାସୀ ନୂଆ ଖାଇବେ। 

ପ୍ରତିବର୍ଷ ନୂଆଁଖାଇ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ନୂଆ ଉନ୍ମାଦନା ଆସିଥାଏ। ଏହା କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ନୂଆଁଖାଇ ପର୍ବ ଚାଷୀ (Farmer) ଙ୍କଠାରୁ ଆରମ୍ଭ ହୁଏ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀ (Samaleswari) ଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ।

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶା (Western Odisha) ର ଆଞ୍ଚଳିକ ଭାଷାରେ ନୂଆଁଖାଇ (Nuakhai) କୁହାଯାଏ।  ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଧୁମଧାମରେ ପାଳନ ହୋଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ମା’ଙ୍କଠାରେ ନବାନ୍ନ ଅର୍ପଣ କରାଯାଏ। ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ। ମଙ୍ଗଳ ଆଳତୀ ପରେ ଅପେକ୍ଷାରତ ଭକ୍ତମାନେ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ଅନେକ ଭକ୍ତ ମନ୍ଦିରରୁ ନବାନ୍ନ ସଂଗ୍ରହ କରି ନିଜ ନିଜ ଘରକୁ ନେଇ ପରିବାର ସହିତ ଭୋଜନ କରିଥାଆନ୍ତି।

ନୂଆଁଖାଇ ପରମ୍ପରା ବହୁ ପରାତନ କାଳରୁ ଚାଲି ଆସୁଛି। ପିଢ଼ି ପରେ ପିଢ଼ି ସମସ୍ତେ ଏହି ପରମ୍ପରାକୁ ଅନୁକରଣ କରୁଛନ୍ତି। ନୂଆଁଖାଇ ପର୍ବର ସ୍ୱତନ୍ତ୍ରତା ରହିଛି। ଏହି ଦିନ ସମସ୍ତେ ଏକାଠି ହୋଇ ମଜା ମସ୍ତି କରିଥାଆନ୍ତି। ଏହି ପର୍ବ ନିଜ ପରିବାର ସହିତ ସମୟ ବିତାଇବାର ଅବସର ଦିଏ। ନୂଆଁଖାଇରେ ବିଭିନ୍ନ ସ୍ଥାନରେ ଭେଟଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ଡାଲଖାଇ, ରଙ୍ଗବତୀ ଭଳି ସମ୍ବଲପୁରୀ ଗୀତରେ ଲୋକେ ଝୁମନ୍ତି। ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ  ଆମିଷ ଖାଇଥାନ୍ତି।