ଭୁବନେଶ୍ୱର:  ବାତ୍ୟା 'ଦାନା' ସ୍ଥଳଭାଗକୁ ଛୁଇଁବା ପରେ ମଧ୍ୟ ଆସନ୍ତା ଶନିବାର ଏବଂ ରବିବାର ୨ ଦିନ ଧରି ସରକାରୀ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଏ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ବିପର୍ଯ୍ୟୟ ପରିଚାଳନା ଏବଂ କ୍ଷତିଗ୍ରସ୍ତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରାଯିବ ବୋଲି ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପ୍ରଭାବିତ ଅଞ୍ଚଳରେ ଅକ୍ଟୋବର ୨୬ ଶନିବାର ଏବଂ ୨୭ ରବିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବିଭାଗୀୟ କର୍ମଚାରୀ ଓ ଅଫିସରମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି ।


ଆପଣଙ୍କୁ କହିରଖୁଛୁ, ବାତ୍ୟା ଦାନା ତାଣ୍ଡବ ରଚିବା ପରେ ବର୍ତ୍ତମାନ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଗଛକଟା ସାରି ରାସ୍ତା ଖୋଲି ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି। ଦାନା କ୍ଷୟକ୍ଷତିର ଏରିଏଲ ସର୍ଭେ ଆସନ୍ତାକାଲି ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ବାତ୍ୟା ପରେ ଆଜି ସକାଳୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ପୁଣି ଥରେ ବାତ୍ୟାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିଲୁ। ସଫଳ ମୁକାବିଲା ପାଇଁ ଏଥିରେ ନିୟୋଜିତ ଥିବା ସମସ୍ତ ବିଭାଗକୁ ମୁଁ ଧନ୍ୟବାଦ ଦେଉଛି।


Also Read- Gyanvapi masjid controversy: ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ


Also Read- Saptahik Rashifal: ଅକ୍ଟୋବର ଶେଷ ନଭେମ୍ବର ଆରମ୍ଭରେ ୫ ରାଶିକୁ ଧନ ଲାଭ