Subhadra scheme: ଆଜି 'ସୁଭଦ୍ରା' ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆସିବ । ପ୍ରଥମେ ପରୀକ୍ଷାମୂଳକ ଭାବେ ଖାତାକୁ ୧ ଟଙ୍କା ଆଜି ପଠାଯିବ । ପରେ ଅକ୍ଟୋବର ୯ ତାରିଖ ଦିନ ଯୋଗ୍ୟ ହିତାଧିକାରୀ ପାଇବେ ସମ୍ପୂର୍ଣ୍ଣ ଟଙ୍କା । ଆଜି ସୁଦ୍ଧା  ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ ବୋଲି ସୂଚନା ମିଳିଛି । ଏଥିସହ ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଆଜି ଯେଉଁ ମହିଳାଙ୍କ ଖାତାକୁ ୧ ଟଙ୍କା ଆସିବ ସେମାନେ ମୋବାଇଲରେ ଏକ ମେସଜ ପାଇବେ । ଯେଉଁମାନଙ୍କ ଖାତାରେ ଆଜି ୧ ଟଙ୍କା ଲେଖାଏଁ ଆସିଥିବ କେବଳ ସେହିମାନଙ୍କୁ ୨ଦିନ ପରେ ବାକି ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରୁ ଫେରିବା ପରେ ବାରିପଦାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିବେ ।


ସୁଭଦ୍ରା ଟଙ୍କା ଆସିବାକୁ ନେଇ ମହିଳାଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ସମୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ । ଯେଉଁମାନଙ୍କ ବ୍ୟାଙ୍କ ଖାତା ସଠିକ ଥିବ ଏବଂ ଆଧାରକାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିବ ସେମାନେ ଟଙ୍କା ପାଇବେ। ଯେଉଁ ହିତାଧିକାରୀ ଏଥର ବାଦ ପଡିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।


Also Read- Land for Job: ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଲେ ଲାଲୁଙ୍କ ସମେତ ୯ଜଣ


Also Read- ଗାଜା ଯୁଦ୍ଧକୁ ବର୍ଷେ ପୁରିଲା, ହମାସର ୧୭ ହଜାର ଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା, ଇସ୍ରାଏଲ ଦେଲା ବିବରଣୀ