Advertisement
Article Detail0/zeeodisha/odisha2462535
Zee OdishaOdisha National-InternationalKarachi: ପାକିସ୍ତାନ କରାଚିରେ ବିସ୍ଫୋରଣ, ୨ ମୃତ, ଅନେକ ଆହତ

Karachi: ପାକିସ୍ତାନ କରାଚିରେ ବିସ୍ଫୋରଣ, ୨ ମୃତ, ଅନେକ ଆହତ

ଚୀନ୍ ଦୂତାବାସ ଏବଂ କନସୁଲେଟ୍ ଜେନେରାଲ୍ ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୀଡିତଙ୍କୁ ଦୂତାବାସ ଗଭୀର ସମବେଦନା ଜଣାଇଛି। ଆହତ ଏବଂ ମୃତକଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି।

Karachi: ପାକିସ୍ତାନ କରାଚିରେ ବିସ୍ଫୋରଣ, ୨ ମୃତ, ଅନେକ ଆହତ

Karachi news: ପୁଣିଥରେ ପାକିସ୍ତାନରେ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରାଯାଇଛି । କରାଚି ବିମାନବନ୍ଦରରେ ବିଳମ୍ବିତ ରାତି ୧୧ ଟା ସମୟରେ ଏକ ବିସ୍ଫୋରଣରେ ୨ଜଣ ଚୀନ୍ ନାଗରିକଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହା ପରେ ଚୀନ୍ ଦୂତାବାସ ଏକ ବିବୃତ୍ତି ଜାରି କରି ଏହି ଆକ୍ରମଣକୁ ନିନ୍ଦା କରିଥିବା ସୂଚନା ମିଳିଛି । ପାକିସ୍ତାନକୁ ଏହାର ସଠିକ ତଦନ୍ତ କରିବାକୁ ଦୂତାବାସ ପକ୍ଷରୁ ଦାବି କରାଯାଇଛି ।

ଚୀନ୍ ଦୂତାବାସ ଏବଂ କନସୁଲେଟ୍ ଜେନେରାଲ୍ ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୀଡିତଙ୍କୁ ଦୂତାବାସ ଗଭୀର ସମବେଦନା ଜଣାଇଛି। ଆହତ ଏବଂ ମୃତକଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି।

ଏହି ଆକ୍ରମଣର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ଚୀନ୍ ଦୂତାବାସ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ରବିବାର ରାତି ୧୧ ଟାରେ କରାଚି ବିମାନବନ୍ଦରରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣକୁ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି। ଏଥିସହ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୋଷ୍ଠୀ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ଦାୟୀ କରିଛି। ବିମାନ ବନ୍ଦର ବାହାରେ ଥିବା ଏକ ଟ୍ୟାଙ୍କରରେ ଏହି ବିସ୍ଫୋରଣ ହୋଇଥିଲା। ଏଥିସହ ପ୍ରଦେଶ ଗୃହମନ୍ତ୍ରୀ ଜିଆ ଉଲ ହାସନ ସୂଚନା ଦେଇଛନ୍ତି ଯେ, ଏହି ଆକ୍ରମଣ ବିଦେଶୀମାନଙ୍କୁ ଟାର୍ଗେଟ କରି କରାଯାଇଛି।

Add Zee News as a Preferred Source

ପାକିସ୍ତାନ ସରକାର ଆତଙ୍କବାଦୀ ଗୋଷ୍ଠୀ BLA ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। BLA ହେଉଛି ଏକ ଗୋଷ୍ଠୀ ଯାହା ପାକିସ୍ତାନର ଦକ୍ଷିଣ-ପଶ୍ଚିମରେ ଉପସ୍ଥିତ ଏବଂ ବାଲୁଚିସ୍ତାନର ସ୍ୱାଧିନତା ଦାବି କରୁଛି। ଏହି ଆତଙ୍କବାଦୀ ସଂଗଠନ ଅଗଷ୍ଟ ମାସରେ ମଧ୍ୟ ପ୍ରଦେଶରେ ଆକ୍ରମଣ କରିଥିଲା ​​ଯେଉଁଥିରେ ୭୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିଶେଷକରି ଚାଇନାକୁ ଟାର୍ଗେଟ କରୁଛି BLA। ବାଲାଚିସ୍ତାନ ପ୍ରଦେଶକୁ ଶୋଷଣ କରିବାରେ ପାକିସ୍ତାନକୁ ସାହାଯ୍ୟ କରୁଥିବା ବିଏଲ୍ଏ ଅଭିଯୋଗ କରିଛି।

ଏହାପୂର୍ବରୁ ମଧ୍ୟ ପାକିସ୍ତାନରେ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା। ମାର୍ଚ୍ଚ ୧୬ ରୁ ୨୬ ମାର୍ଚ୍ଚ ମଧ୍ୟରେ ପାକିସ୍ତାନର ପାଞ୍ଚଟି ସ୍ଥାନରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପାଞ୍ଚଟି ଆକ୍ରମଣରେ ଆତ୍ମଘାତୀ ବୋମା ବ୍ୟବହାର କରାଯାଇଥିଲା। ଯେଉଁଥିରେ ୧୨ ଜଣ ସୈନିକ, ପାଞ୍ଚ ଜଣ ଚୀନ୍ ନାଗରିକ ଏବଂ ଜଣେ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିଲା ।

Also Read- ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ

Also Read- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ହେବ ବଡ଼ ବୈଠକ

About the Author