Indian Railway: କୋରାପୁଟ: ଜଗଦଲପୁର ରେଳପଥରେ ଦୁଇ ଦିନ ପରେ ବି ସ୍ଥିତି ସ୍ବାଭାବିକ ହୋଇପାରିନାହିଁ। ମାନବାର ଓ ଜର୍ଟି ମଧ୍ୟରେ ଭୂସ୍ଖଳନ ଯୋଗୁଁ ଏହି ରେଳପଥରେ ଆଜି ମଧ୍ୟ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଆଜି ରେଳ ବିଭାଗର ଜି. ଏମ. ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ତେବେ ଟ୍ରାକ୍‌ ଉପରେ ମାଟି ଓ ପଥର ଗଦା ହୋଇ ରହିଛି। ଯେତେଶୀଘ୍ର ସମ୍ଭବ ଏହି ଟ୍ରାକ୍‌ରେ ରେଳ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଆଗାମୀ ୨/୩ ଦିନ ପର୍ଯ୍ୟନ୍ତ ଏହି ରୁଟ ରେ ରେଳ ଚଳାଚଳ ବନ୍ଦ ରହିବା ସମ୍ଭାବନା ରହିଛି। ମାଟି ଓ ପଥର ହଟାଇବା କାର୍ଯ୍ୟରେ ପ୍ରାୟ ୨୦ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଅନ୍ୟପକ୍ଷରେ ପ୍ରତିକୂଳ ପରିସ୍ଥିତି ଏବଂ ପରିବେଶ ଉଦ୍ଧାର କାର୍ଯ୍ୟର ଗତିକୁ ବାରମ୍ବାର ପ୍ରଭାବିତ କରୁଛି। 


COMMERCIAL BREAK
SCROLL TO CONTINUE READING

କୋରାପୁଟ ଅଞ୍ଚଳରେ ଗତ କାଲି ବର୍ଷା ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖା ଯାଇଥିଲା। ତେବେ ମାଟି କାଢିବା ପରେ ବି ପାହାଡ଼ରୁ ଆହୁରି ମାଟି ଓ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆଜି ରେଲବିଭାଗର ଜି.ଏମ. ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ଗତକାଲି ଡିଆରଏମ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଯାତ୍ରୀ ସେବାକୁ ଦୃଷ୍ଟିରେ ରଖି ଜଗଦଲପୁର-ରାଉରକେଲା ,ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌, ବିଶାଖାପାଟଣା-କିରଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ କୋରାପୁଟ ଠାରୁ ଚଳାଚଳ କରିବ ବୋଲି ଜଣା ପଡ଼ିଛି।


କୋରାପୁଟ - ଜଗଦଲପୁର ଓ କୋରାପୁଟ - ରାୟଗଡ଼ା ରେଳ ଲାଇନ ରେ ବର୍ଷା ଦିନେ ବାରମ୍ବାର ମାଟି ଓ ପଥର ପାହାଡ଼ରୁ ଖସୁଥିବା ଯୋଗୁଁ ଯାତ୍ରୀ ବାହି ରେଳ ଚଳାଚଳ ବାରମ୍ବାର ପ୍ରଭାବିତ ହେଉଛି। ଏପରିକି କିଛି ବର୍ଷ ତଳେ ଘାଟଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ଯିବା ସମୟରେ ଟ୍ରେନ ଉପରେ ବିରାଟ ପଥର ଖଣ୍ଡ ଖସି ପଡ଼ିଥିଲା। ସୌଭାଗ୍ୟ କୁ ଟ୍ରେନ ର ଗତି ସ୍ଲୋ ଥିଲା ଫଳରେ ଯାତ୍ରୀମାନେ ସୁରକ୍ଷିତ ରହିଥିଲେ। ତଥାପି ରେଳ ବିଭାଗ ର ନିଦ ଭାଙ୍ଗିନାହି। ଏହି ରେଳପଥ ବିପଦପୂର୍ଣ୍ଣ ରହିଥିବା ସତ୍ତ୍ବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରି ସ୍ଥିତି ଲାଗି ରହିଲେ ଆଗକୁ ବଡ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Also Read: କେନ୍ଦ୍ରୀୟ ଅବହେଳା ବନାମ ଓଡ଼ିଶାକୁ ଗୁରୁତ୍ଵ: ସ୍ୱର ବଦଳେଇଲେ ମୁଖ୍ୟମନ୍ତ୍ରୀ


Also Read: Anubav Mohanty: ବିଷ ଓଗାଳିଲେ ଅନୁଭବ, ସୋସିଆଲ ମିଡ଼ିଆରେ ସେୟାର କଲେ ପୁରୁଣା ଚିଠି


Also Read: Puri: ଆଜି ସୁନିଆ ଉତ୍ସବ, ଗଜପତି ମହାରାଜଙ୍କ ଆରମ୍ଭ ହେବ ୧୪୩୧ ସାଲ