ମୟୁରଭଞ୍ଜ: ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶୀପୁର କାଣିଆଣି ବୁକିଂ କାଉଣ୍ଟାରୁ ସକାଳ ୬ରୁ ସକାଳ ୯ ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଦୈନିକ ସର୍ବାଧିକ ୨୫ଟି ଗାଡ଼ି ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିପାରିବାକୁ ଥିବା ବେଳେ ଯଶିପୁରର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ଟି ଗାଡି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ନଭେମ୍ୱର ୧ ତାରିଖରେ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲାଯାଇଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଖୋଲାଯାଇଛି ଶିମିଳିପାଳ।