Crime News: ଭୁବନେଶ୍ୱର ଉପକଣ୍ଠ ଖଟୁଆପଡା ନିକଟରେ ଦୟାନଦୀ କୂଳରୁ ଏକ ନର କଙ୍କାଳ ଜବତ କରାଯାଇଛି । ତେବେ କଙ୍କାଳଟି ଗୋଟିଏ ଅଖା ଭିତରେ ବନ୍ଧା ହୋଇ ରହିଥିଲା ଯାହା ସ୍ଥାନିୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । କଙ୍କାଳଟି କାହାର ଏବଂ କିପରି ଏଠାକୁ ଆସିଲା ସେନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ଉଦ୍ଧାର ହୋଇଥିବା କଙ୍କାଳଟି ପୁରୁଷର ନା ମହିଳାର ତାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ । ସ୍ଥାନିୟ ଲୋକଙ୍କ କହିବାନୁଯାୟୀ, ହୁଏତ କେହି ହତ୍ୟା କରିବା ପରେ ଅଖାରେ ବାନ୍ଧି ନଦୀରେ ଫିଙ୍ଗିଦେଇଥାଇପାରେ । ଧଉଳି ଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।


Also read- Crime News: ଉଗ୍ର ରୂପ ନେଲା ପାରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !


Also read- Crime News: ଉଗ୍ର ରୂପ ନେଲା ପରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !