Odisha SWC: ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ପଦରୁ ହଟାଇଲେ ମୋହନ ସରକାର
Advertisement
Article Detail0/zeeodisha/odisha2485458

Odisha SWC: ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ପଦରୁ ହଟାଇଲେ ମୋହନ ସରକାର

Odisha State Women’s Commission Chairperson: ୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ପୂର୍ବ ବିଜୁ ଜନତା ଦଳ (ବିଜେଡି) ସରକାରଙ୍କ ଦ୍ୱାରା ମିନତୀ ବେହେରା ଓଡି଼ଶା SCW ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ।

 

Odisha State Women’s Commission Chairperson

ଭୁବନେଶ୍ୱର: ରାଜ୍ୟରେ ଥିବା ମୋହନ ମାଝୀ  ସରକାର ଆଜି ଚେୟାରମ୍ୟାନ୍ ତଥା ଓଡିଶା ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି।

ରାଜ୍ୟ ସରକାର ଏକ ବୟାନରେ କହିଛନ୍ତି ଯେ ଓଡିଶା ଏସସିଡବ୍ଲୁ ଚେୟାରମ୍ୟାନ୍ ମିନତୀ ବେହେରା ଏବଂ ଆୟୋଗର ସମସ୍ତ ସଦସ୍ୟ - ସ୍ୱର୍ଣ୍ଣଲତା ସାମଲ, ସୁଜତା ଦିଗଲ, ବିଜୟା ବାରୱା ଏବଂ ବବିତା ସ୍ୱାଇଁଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।

୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ପୂର୍ବ ବିଜୁ ଜନତା ଦଳ (ବିଜେଡି) ସରକାରଙ୍କ ଦ୍ୱାରା ମିନତୀ ବେହେରା ଓଡି଼ଶା SCW ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ।

ସେହିଭଳି ବିଜେଡି ସରକାର ସ୍ୱର୍ଣ୍ଣଲତା ସାମଲ, ସୁଜତା ଦିଗଲ, ବିଜୟା ବାରୱା ଏବଂ ବବିତା ସ୍ୱାଇଁଙ୍କୁ ଓଡି଼ଶା ଏସସିଡବ୍ଲୁ୍ୟ ସଦସ୍ୟ ଭାବରେ ନିଯୁକ୍ତ କରିଥିଲେ।

ଓଡି଼ଶା SCW ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହେବା ପୂର୍ବରୁ ମିନତୀ ବେହେରା ବିଜେଡି ମହିଳା ୱିଙ୍ଗର ମୁଖ୍ୟ ଥିଲେ।

ମିନତୀ ବେହେରା ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କ ପାଇଁ ଓଡି଼ଶା ରାଜ୍ୟ ଆୟୋଗର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।