Snana Purnima: ଆସନ୍ତା ମାସ ଅର୍ଥାତ୍ ଜୁନ ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି।ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନିତି ଥିବାରୁ ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି ଶ୍ରୀ ମନ୍ଦିର ପ୍ରଶାସନ। ଗୁପ୍ତ ନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି।ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ବରାଦ ଦିଆ ହୋଇ ମହାପ୍ରଭୁ୍ଙ୍କ ଲାଗି ଅଣାଯାଇଛି। ମୋଟ ୩ କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।


COMMERCIAL BREAK
SCROLL TO CONTINUE READING

କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ବାସୁଙ୍ଗା ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଯାଇଛି।ଦଇତାପତି ସେବାୟତମାନେ ଏହି ପାଟର ସାମ୍ପୁଲ ଚିହ୍ନଟ କରି ବରାଦ ଦେଇଥିଲେ। ଆଗକୁ ଆଉ ବାସୁଙ୍ଗା ପାଟ ଆବଶ୍ୟକ ପଡିଲେ ଟସର ବ୍ୟବସାୟୀ ଯୋଗାଇଦେବେ ବୋଲି କହିଛନ୍ତି।


ସେପଟେ ରଥ ଖଳାରେ ଏବେ ଚକ କାମ ଉପରେ ଜୋର ଦିଆଯାଉଛି। ତିନି ରଥର ୨ଟି ଲେଖାଏଁ ନାହାକା ଚକ ଓ ପଡ଼ି ନାହାକା ଚକ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି। ସେପଟେ ସାନଉଛୁଳା ଚକ କାମ ଜାରି ରହିଥିବାବେଳେ ଭୂଇଁର ଚଉତା କାଠ ତଥା ଅରମୁଣ୍ଡି କାଟୁଛନ୍ତି ବିଶ୍ବକର୍ମା। ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି। ବିଶ୍ବକର୍ମାମାନେ ଧଉରା କାଠ ଚଉପଟ କରି ଯୋଗାଉଛନ୍ତି। ରଥ ତ୍ରୟର ପ୍ରାୟ ୧୨ରୁ ଉର୍ଦ୍ଧ ଚକ ସରିଥିବାବେଳେ ସିଙ୍ଗଡ଼ା ବାଡ଼ିଆ ପଦ୍ଧତିରେ ତୁମ୍ବ ସହ ଅର ଯୋଡ଼ି ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ। ରଥଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି।୧୮ଟିର ସିଙ୍ଗଡ଼ା ପ୍ରସ୍ତୁତ ହୋଇଥ‌ିବା କହିଛନ୍ତି ଭୋଇ ସେବକ ସେପଟେ ଦୋଳ ବେଦୀ ଠାରେ ଦୁଇଜଣ ପାହି ମହାରଣା ରଥଯାତ୍ରାରେ ମହାପ୍ରଭୁଙ୍କ ନୀତି ପାଇଁ ଆବଶ୍ୟକ କାଠ ବାଉଁଶ ନିର୍ମିତ ସାମଗ୍ରୀ ନିର୍ମାଣ କରୁଛନ୍ତି ମହାପ୍ରଭୁଙ୍କ ଅନବସର ପଇତା ବୋଳା ପାଇଁ  ୩୦ ଟି କାଠି ଏବଂ ୨୦ ଟି ନଳ ପ୍ରସ୍ତୁତ ଶେଷ କରି  ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ ନିର୍ମାଣ  କାର୍ଯ୍ୟ କରୁଛନ୍ତି ।