Srimandir: ଶ୍ରୀମନ୍ଦିରର ସୁରକ୍ଷା ଓ ସୃଙ୍ଖଳିତ ଦର୍ଶନ ବ୍ଯବସ୍ଥାକୁ ନେଇ ପୁରୀ ପାଇଁ ସ୍ୱତନ୍ତ୍ର ବାଟାଲିୟନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୧୪୩ଜଣ ସୁରକ୍ଷା କର୍ମୀଙ୍କୁ ନେଇ ସ୍ୱତନ୍ତ୍ର ବାଟାଲିୟନ ଉପରେ ମୋହର ଲଗାଇଛନ୍ତି ନୂଆ ସରକାର। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୃଙ୍ଖଳିତ ଦର୍ଶନ  ଓ ସୁରକ୍ଷା ବ୍ଯବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ଗ୍ରହଣ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 ସେପଟେ  ଗତ ୨୦୨୪ ଡିସେମ୍ବର ୨୬ରେ ପୂର୍ବ ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ପୁରୀ ଲାଗି ୧୧୯୦ ଜଣିଆ ସୁରକ୍ଷା କର୍ମୀ ବିଶିଷ୍ଟ ସ୍ୱତନ୍ତ୍ର ବାଟାଲିଅନକୁ ମଞ୍ଜୁରୀ ପ୍ରଦାନ କରିଥିଲେ।  ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା, ଗହଳି ନିୟନ୍ତ୍ରଣ ଆଉ ସୃଙ୍ଖଳିତ ଦର୍ଶନ ବ୍ଯବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତାବ ଆସିଥିଲା। ଯାହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ରେ ଭକ୍ତ ଦର୍ଶନାର୍ଥିଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାର ଆଶଙ୍କା ରହିଥିଲା।  


ଏଣୁ ଭକ୍ତମାନଙ୍କୁ ସୁରକ୍ଷିତ ଓସୃଙ୍ଖଳିତ ଦର୍ଶନ ଯୋଗାଇ  ଦେବାପାଇଁ ବିଶ୍ୱସ୍ତରୀୟ ବ୍ଯବସ୍ଥା କରାଯାଉଥିଲା। ଏଥିରେ ଫୁଲପୃଫ ସୁରକ୍ଷା ବ୍ଯବସ୍ଥା ଓ ଗହଳି ନିୟନ୍ତ୍ରଣ ସହିତ ସୁନ୍ଦର ଆତିଥ୍ୟ ପ୍ରଦାନ କରାଯିବା ନେଇ ପ୍ରସ୍ତୁତି ଚାଲିଥିଲା। ତେବେ  ଜଗନ୍ନାଥ ମନ୍ଦିର ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇଥିବାରୁ ଦର୍ଶନ ପାଇଁ ଦୈନିକ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଥାନ୍ତି। ତେବେ   ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ବ୍ଯବସ୍ଥାର ଆବଶ୍ୟକତାକୁ ନେଇ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ଉପରେ କାମ କରିବ।


 ଏହି ବାଟାଲିୟନ ପୁରୀ ପୁଲିସ ଏସପିଙ୍କ ଅଧିନରେ କାର୍ଯ୍ଯ କରିବ। ବିଶେଷ କରି ପୁରୀ ଏକ ଧାର୍ମିକ ଓ ପର୍ଯ୍ଯଟନର ସହର। ଦୈନିକ ଲକ୍ଷଲକ୍ଷ ଲୋକଙ୍କ ଗହଳି ଜମିଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାରମାସରେ ତେର ପର୍ବ। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମୁଲ୍ଯବାନ ନିସ୍ପତ୍ତି ନେଇଥିଲେ। ନୂଆ ସରକାର ତାକୁ କାର୍ଯ୍ଯକାରୀ କରିବେ ବୋଲି କହିଛନ୍ତି ରାଜ୍ଯସଭା ସାଂସଦ।