ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକ ମାସରେ 'ରାଈଦାମୋଦର ବ୍ରତ' ପାଳନ କରିବା ନିମିତ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ହବିଷ୍ୟାଳୀ ମାଆମାନଙ୍କ ରହଣୀ, ଶ୍ରୀ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପୁରୀଙ୍କ ସହାୟତାରେ କରାଯାଉଛି । ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ କରିବା ପାଇଁ ଆଗ୍ରହୀ ମାଆମାନେ ଅକ୍ଟୋବର ୩ (October 3) ତାରିଖଠାରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଲିଙ୍କ୍ https:/edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ (Name Registration) କରାଇପାରିବେ ଅଥବା ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ନି ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଫୋନ ନମ୍ୱର ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ- 9692720594, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ- 9437302618, ଜିଲ୍ଲା କ୍ରୀଡା ଅଧିକାରୀ- 7735517482, ଜିଲ୍ଲା କାର୍ଯ୍ୟାଳୟ- 06751 222664


Also Read- Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ


Also Read- Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...