Rathyatra 2024 ପୁରୀ: ଆଜି ଗୋଟି ପହଣ୍ଡି ବେଳେ ଘଟିଛି ଏକ ବଡ଼ ଧରଣର ଅଘଟଣ। ରଥରୁ ମହାପ୍ରଭୁଙ୍କ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ରଥରୁ ଖସିପଡ଼ିବାର ଖବର ସାମ୍ନାକୁ ଆସିଛି। ଚାରମାଳ ଉପରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଖସିପଡ଼ିବାର ଭିଡ଼ିଓ ଭାଇରାଲ ହେଉଛି। ଏହି ଦୁର୍ଘଟଣାରେ ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ମନ୍ଦିର ମଧ୍ୟକୁ ନେଉଥିଲେ। ହେଲେ ଚାରମାଳ ଉପରେ ହଟାତ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର। ଯେଉଁଥିପାଇଁ ସେବାୟତମାନେ ରଥ ତଳକୁ ଖସି ଗୁରୁତର ହୋଇଛନ୍ତି। ସେପଟେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। କିଛି ସମୟ ପରେ ପୁଣି ଥରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିବା ନେଇ ଖବର ରହିଛି।