Srimandira: ଠାକୁରମାନଙ୍କ ଅବକାଶ ନୀତି ଶେଷ ହେବାପରେ ଭଣ୍ଡାର ଦ୍ଵାର ଠାରୁ ଭଣ୍ଡାରମେକାପ ତିନୋଟି ରୂପାବଟାରେ ଚନ୍ଦନ ଆଣିବା ପରେ ତିନିବାଡରେ (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ) ଚନ୍ଦନ ଲାଗି ହୋଇ ସର୍ବାଙ୍ଗ ହୋଇଥାଏ । ଏହି ନୀତି ସଂପାଦନ ପରେ ଠାକୁରମାନଙ୍କୁ ମୋଟ୍ ୩୨ମୂର୍ତି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ। ଏହି ବେଶ ସମୟରେ ଠାକୁରମାନଙ୍କୁ ପାଞ୍ଚଖଣ୍ଡ ପୁଷ୍ପ ମାଳ ଲାଗି କରାଯାଏ। ପୂର୍ବରୁ ଅର୍ଥାତ୍ ସପ୍ତମୀଦିନଠାରୁ ଭଣ୍ଡାରଘର ଠାରେ ଶ୍ରୀବଳଭଦ୍ର ଦେବଙ୍କର ହଳ ଓ ମୂଷଳ, ସୁଭଦ୍ରା ଦେବୀଙ୍କର ଦୁଇଗୋଟି ତଜଗୀ (ସ୍ବର୍ଶ ଅଳଙ୍କାର) ଶ୍ରୀଜଗନ୍ନାଥଙ୍କର ଶଙ୍ଖ, ଚକ୍ର ଆୟୁଧ ରୂପେ ପୂଜାରେ ବସିଥାଏ । ଦଶହରା ଦିନ ସକାଳଧୂପ ସରିବା ପରେ ପୂଜାରେ ବସିଥିବା ଆୟୁଧ ମାନଙ୍କୁ ପୂଜାପଣ୍ଡା ମହାସ୍ନାନ କରାଇ ବରୁଣ ପୂଜା ସାରନ୍ତି । ଏହି ଆୟୁଧ ଘଣ୍ଟ, ଛତି, କାହାଳୀ ସହ ବଡ ଦେଉଳକୁ ତିନିଥର ବେଢ଼ା ପ୍ରଦକ୍ଷିଣ କରି ଭିତର ସିଂହାସନ ଉପରକୁ ବିଜେ ହୋଇବା ପରେ ୩ଜଣ ପାଳିଆ ପୁଷ୍ପାଳକ ତିନି ବାଡରେ ଆୟୁଧ ଲାଗି କରାଇଥାନ୍ତି ।


COMMERCIAL BREAK
SCROLL TO CONTINUE READING

ଶ୍ରୀବିଗ୍ରହମାନଙ୍କ ଏହି ରାଜବେଶରେ ତିନି ଠାକୁରଙ୍କୁ ନୂତନ ପାଟବସ୍ତ୍ରରେ ସଜ୍ଜିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ସ୍ୱର୍ଶ ଅଳଙ୍କାର ଲାଗି କରାଯାଇଥାଏ ।ଶ୍ରୀବଳଭଦ୍ର - ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କାନ ବା (କୁଣ୍ଡଳ) ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ (ଆୟୁଧ), ବାହାଡାମାଳି, ବାଘନମାଳି, ସେବତି ମାଳି, ନଳୀଭୁଜ, ତ୍ରିଖଣ୍ଡିକା କମରପଟି।


ଶ୍ରୀସୁଭଦ୍ରା - କିରୀଟ, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବମାଳି, ତଡଗି (୨ଟି), ସେବତିମାଳି ।


ଶ୍ରୀଜଗନ୍ନାଥ - କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ (ଆୟୁଧ), ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ନଳୀଭୁଜ, ତ୍ରିଖଣ୍ଡିକା କମରପଟି। ପୁଷ୍ପାଳକ (ସିଂହାରୀ) ସେବକମାନେ ଏହି ମନମୁଗ୍‌ଧକର ବେଶ କାର୍ଯ୍ୟ ସଂପାଦନ କରିଥାନ୍ତି । ଏହି ବେଶ କାର୍ଯ୍ୟରେ ଖୁଣ୍ଟିଆ, ଚାଙ୍ଗଡା ମେକାପ, ଭଣ୍ଡାର ମେକାପ ପ୍ରଭୃତି ସେବକମାନେ ସାହାଯ୍ୟ କରିଥାନ୍ତି ।କେତେକ ଗବେଷକଙ୍କ ମତରେ ରାଜା କପିଳେନ୍ଦ୍ର ଦେବ (୧୫ଶ ଶତାବ୍ଦୀ)ଙ୍କ ସମୟରେ ଏହି ବେଶର ପ୍ରଚଳନ ହୋଇବ ବୋଲି ମତ ପ୍ରଦାନ କରିଛନ୍ତି ।