Advertisement
Article Detail0/zeeodisha/odisha2470514
Zee OdishaWeatherWeather Report: ଆଜି ଏହି ୨ ଜିଲ୍ଲାରେ ବର୍ଷା ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

Weather Report: ଆଜି ଏହି ୨ ଜିଲ୍ଲାରେ ବର୍ଷା ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

Weather Report: ସେପଟେ ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍‌ ରହିବା ସହ ଆକାଶ ମେଘମୁକ୍ତ ରହୁଛି। ଦିନର ତାପମାତ୍ରା ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୨ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ ଓ ମାଲକାନଗିରି।ସେହିପରି, ଆସନ୍ତା ମଙ୍ଗଳବାର , ବୁଧବାର ଓ ଗୁରୁବାର ମଧ୍ୟ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆଜି ରାଜ୍ୟର ୧୪ ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ଼ ହୋଇଥିଲା। ଗତକାଲି ଜଗତସିଂହପୁରରେ ସର୍ବୋର୍ଚ୍ଚ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।

Weather Report: ଆଜି ଏହି ୨ ଜିଲ୍ଲାରେ ବର୍ଷା ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

Weather Report: ଦେଶର ବିଭିନ୍ନ ଅଞ୍ଚଳରୁ ମୌସୁମୀ ଏବେ ଧିରେ ଧିରେ ଫେରିବାକୁ ଲାଗିଛି। ବର୍ତ୍ତମାନ ଓଡ଼ିଶା(Odisha) ସମେତ କିଛି ରାଜ୍ୟରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ଓଡିଶାର କିଛି ଅଞ୍ଚଳରୁ ମୌମୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ପାର୍ବଣରେ ପାଗ ମୁଖ୍ୟତ ଶୁଖିଲା ଥିବା ବେଳେ ସ୍ଥାନେ ସ୍ଥାନେ ଅସରାଏ ହାଲୁକା ବର୍ଷା ହୋଇଛି। ଭୁବନେଶ୍ବର(Bhubaneswar) ଓ କଟକରେ ଠାଏେ ଠାଏେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ଭାବେ ଅକ୍ଟୋବର ୧୫ ତାରିଖ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନକୁ ସ୍ୱାଭାବିକ ସମୟ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ସେପଟେ ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍‌ ରହିବା ସହ ଆକାଶ ମେଘମୁକ୍ତ ରହୁଛି। ଦିନର ତାପମାତ୍ରା ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୨ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ ଓ ମାଲକାନଗିରି।ସେହିପରି, ଆସନ୍ତା ମଙ୍ଗଳବାର , ବୁଧବାର ଓ ଗୁରୁବାର ମଧ୍ୟ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆଜି ରାଜ୍ୟର ୧୪ ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ଼ ହୋଇଥିଲା। ଗତକାଲି ଜଗତସିଂହପୁରରେ ସର୍ବୋର୍ଚ୍ଚ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।

About the Author