Berhampur: ପ୍ରେମାନନ୍ଦ ପୂଜାରୀ- ବ୍ରହ୍ମପୁର ସହର ସ୍ଥିତ ଡାଇମଣ୍ଡ ଯୁବୁଲୀ ଟାଉନ ହଲ ପରିସରରେ ଆଜି ଓଡ଼ିଶା ଅଣ ଗେଜେଟେଡ ବନସେବା ସଂଘ ର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଖଗେଶ୍ବର ସେଠୀ, ସାଧାରଣ ସମ୍ପାଦକ ଦିଲ୍ଲୀପ ମିଶ୍ର, ଉପ ସଭାପତି ଭବାନୀ ଶଙ୍କର ପରିଛା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ବନ କର୍ମଚାରୀ ଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ସମସ୍ତ ବିଭାଗରେ ଯେଉଁଭଳି ବିଭିନ୍ନ ସମସ୍ୟା ରହିଛି, ସେହିପରି ବନ ବିଭାଗରେ (Forest Department) ବି ବିଭିନ୍ନ ସମସ୍ୟା ରହିଛି। ଯାହା ପଦବୀ ଖାଲି ରହିଛି ତାହା ପୁରାଣ ହେବ। ପଦୋନ୍ନତୀ ମଧ୍ୟ ଖୁବଶିଘ୍ର କରିବା ପାଇଁ ସରକାର ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି। ତାହା ପ୍ରତି ସର୍କଲ ଲେବେଲ୍ ରେ ହୋଇ ସାରିଛି । ରାଜ୍ୟରେ ଜଙ୍ଗଲ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷାରେ ଏହି ବନ କର୍ମଚାରୀ ଙ୍କ ଭୂମିକା ଅତୁଳନୀୟ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ। 


ସେହିପରି ବିଭାଗ ପ୍ଲାଷ୍ଟିକ ମୁକ୍ତ ପରିବେଶ (Plastic Free Environment) ଗଠନ ପାଇଁ ଗୁରୁତ୍ଵ ଦେବା ସହ ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କୁ ସମ୍ପୂର୍ଣ୍ଣ ବର୍ଜନ କରିଛି। ସେହିଭଳି ବୃକ୍ଷର ସୁରକ୍ଷାକୁ ଦୃଷ୍ଟିରେ ରଖି ପେପର ଲେସ ବିଭାଗ କରିବାକୁ ଗୁରୁତ୍ଵ ଦେବା ସହ କାଗଜର ପ୍ରତିଟି ପାର୍ଶ୍ଵ କୁ ବ୍ୟବହାର କରୁଛି ବୋଲି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଥିଲେ। ଏହି ଅବସରରେ ବିଗତ ଏକ ବର୍ଷ ହେଲା ବିଭାଗ ପଦୋନ୍ନତି ଓ ନୂତନ ପଦବୀ ସୃଷ୍ଟି କୁ ବେଶ୍ ଗୁରୁତ୍ୱ ଦେଉଥିବାରୁ ସଂଗଠନ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି କର୍ମଚାରୀ ସଂଘର ଅନୂନ୍ୟ ୭ ଗୋଟି ଦାବି କୁ ସଂଘ ପକ୍ଷରୁ ମଞ୍ଚରେ ଉପସ୍ଥାପନା କରାଯାଇଥିଲା। 


କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ଶ୍ରୀ ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ୨ ଶହରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ସଂଘର ସଦସ୍ୟ ସନ୍ତୋଷ ବିଷୋୟୀ ରତ୍ନ, ଅମରେଶ କୁମାର ଦାସ, ବାବୁ ସେଠୀ, ରାଜୀବ ବେହେରା, ସୋମନାଥ ମଲ୍ଲିକ, ଗିରିଶ ରାୟ, ପି ସୁରଜ ରାଓ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ।


Also Read: Weather Update: କେତେଦିନ ରହିବ ଶୀତ, କେତେଦିନ ଲାଗିରହିବ ଘନ କୁହୁଡ଼ି?