DA Hike News: ଭୁବନେଶ୍ୱର: ରଜ ପର୍ବ ଅବସରରେ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରଜ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସେପଟେ ରାତି ପାହିଲେ ରଜ ପାଳିବ ସମଗ୍ର ରାଜ୍ୟ। ରଜ ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ରଜ ଉପହାର ପ୍ରଦାନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ତେବେ ରାଜ୍ୟ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ ରାଜ୍ୟ ସରକାରୀ କର୍ମଚାରୀ ମୋଟ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏହି ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ରାଜ୍ୟର ପ୍ରାୟ ସାଢେ ୭ ଲକ୍ଷ କର୍ମଚାରୀ ଲାଭ ପାଇବେ।