OPS ସ୍ତରରେ ବଡ଼ ଧରଣର ଅଦଳବଦଳ
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓପିଏସ ଅଧିକାରୀଙ୍କୁ ପଦୋନ୍ନତୀ ସହ ନୂଆ ସ୍ଥାନକୁ ଅଦଳବଦଳ କରାଯାଇଛି । ଆସନ୍ତୁ ଜାଣିବା କାହାକୁ କେଉଁ ସ୍ଥାନରେ ମିଳିଛି ନିଯୁକ୍ତି ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓପିଏସ ଅଧିକାରୀଙ୍କୁ ପଦୋନ୍ନତୀ ସହ ନୂଆ ସ୍ଥାନକୁ ଅଦଳବଦଳ କରାଯାଇଛି । ଆସନ୍ତୁ ଜାଣିବା କାହାକୁ କେଉଁ ସ୍ଥାନରେ ମିଳିଛି ନିଯୁକ୍ତି ।
ଭିଜିଲାନ୍ସ ଡିଏସପି ଦକ୍ଷୀଣ ଚରଣ ମୁର୍ମୁଙ୍କୁ ଆଡିସନାଲ ଏସପି ଇଣ୍ଟିଲିଜେନ୍ସ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଡିଏସପି ସଂଗ୍ରାମ ଟୁଡୁଙ୍କୁ ସମ୍ୱଲପୁରରୁ ବଦଳାଇ ଆଡିସନାଲ ଏସପି ଇଣ୍ଟିଲଜେନ୍ସ ଦାୟିତ୍ୱ ମିଳିଛି । ଓପିଏସ ମହେନ୍ଦ୍ର କୁମାର ନାଏକଙ୍କୁ ମଧ୍ୟ ଆଡିସନାଲ ଏସପି ଇଣ୍ଟିଲଜେନ୍ସ ଭାବେ ନୂଆ ଦାୟିତ୍ୱ ମିଳିଛି । ଡିଏସପି କେନ୍ଦୁଝର ହେଡକ୍ୱାଟରରେ କାର୍ଯ୍ୟରତ ଥିବା ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ଆଡିସନାଲ ଏସପି ଏଚଆରପିସି, ଡିଏସପି ଇଓଡବ୍ଲ୍ୟୁ ଭୁବନେଶ୍ୱର ମନୋଜ କୁମାର ସାମନ୍ତଙ୍କୁ ଆଡିସନାଲ ଏସପି (SIW), ଡିଏସପି ହରପ୍ରିୟା ନାଏକଙ୍କୁ ଖୋର୍ଦ୍ଧା ହେଡକ୍ୱାଟରରୁ ଆଡିସନାଲ ଏସପି ଭାବେ କେନ୍ଦୁଝରକୁ ବଦଳ କରାଯାଇଛି । ଏସଡିପିଓ ଦେବଶଙ୍କର ପ୍ରତାପଙ୍କୁ ବ୍ରହ୍ମପୁରରୁ ଆଡିସନାଲ ଏସପି ଭାବେ ପୁରୀ , ରବି ନାରାୟଣ ପାଢୀଙ୍କୁ ଆଡିସନାଲ ଏସପି ଭୁବନେଶ୍ୱର, ଦେବେନ୍ଦ୍ର ନାରାୟଣ ଦାଶଙ୍କୁ ଆଡିସନାଲ ଏସପି ସିଆଇଡି, ରାଜକିଶୋର ଦାଶଙ୍କୁ ନବରଙ୍ଗପୁରରୁ ସ୍ଥାନାନ୍ତର କରାଯାଇ ଆଡିସନାଲ ଏସପି ଭାବେ ମାଲକାନଗିରିକୁ ବଦଳ କରାଯାଇଛି ।
ସେହିପରି, ସୁପ୍ରସନ୍ନ କୁମାର ମଲ୍ଲିକଙ୍କୁ ଆଡିସନାଲ ଏସପି (ରେଲୱେ)କୁ ସ୍ଥାନାନ୍ତର କରାଯାଇଛି । ସୁଧାକର ସାହୁଙ୍କୁ ଆଡିସନାଲ ଏସପି କେନ୍ଦ୍ରାପଡା, ଧିରଜ କୁମାରଙ୍କୁ ଆଡିସନାଲ ଏସପି ଦେଓଗଡ, ନିଳମଣୀ ପଣ୍ଡାଙ୍କୁ ଆଡିସନାଲ ଏସପି ସିଆଇଡି, ସିବି, ସୁଦର୍ଶନ ଦାଶଙ୍କୁ ଆଡିସନାଲ ଡିସିପି କମିଶନରେଟ ପୋଲିସ ଭୁବନେଶ୍ୱର-କଟକ, ପ୍ରଭାତ କୁମାର ବିଶ୍ୱାଳଙ୍କୁ ଆଡିସନାଲ ଏସପି ଢେଙ୍କାନାଳ, ରଞ୍ଜନ କୁମାର ଦେଙ୍କୁ ଆଡିସନାଲ ଏସପି ଭଞ୍ଜନଗର, ଅନୁପମା ମହାପାତ୍ରଙ୍କୁ ଆଡିସନାଲ ଏସପି ଅନୁଗୋଳ, ପୁଷ୍ପଲତା ବାରିକଙ୍କୁ ଆଡିସନାଲ ଏସପି ଯାଜପୁରକୁ ସ୍ଥାନାନ୍ତର କରାଯାଇଛି ନୂଆ ଦାୟିତ୍ୱ ସହ ।
Also Read- Weekly Health Rashifal: ନୂଆ ସପ୍ତାହରେ ସ୍ୱାସ୍ଥ୍ୟ ରହିବ ତ ଭଲ ? ଜାଣନ୍ତୁ ରାଶିଫଳ
Also Read- Crime News: ମହିଳାଙ୍କ ସହ ଦୁର୍ବ୍ୟବହାର, ଲଙ୍କା ଗୁଣ୍ଡ ବ୍ୟବହାର କଲେ ଆକ୍ରମଣକାରୀ