Odisha News: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଢ଼ିଙ୍କିଆ ଚାରିଦେଶରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଚାଲିଯିବା ପରେ ଜିନ୍ଦଲ ପ୍ରକଳ୍ପକୁ ନେଇ ଲାଗିରହିଥିବା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାର ପାରାଦୀପ ଠାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନର ସ୍ବପ୍ନ ସାକାର ହେବାକୁ ଯାଉଛି। ଆଜି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି।


COMMERCIAL BREAK
SCROLL TO CONTINUE READING

ଜଗତସିଂହପୁର ଏସପି , ପାରାଦ୍ଵୀପ ଡିଏସପି ଓ ପାରାଦୀପର ସମସ୍ତ ଆଇଆଇସି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରେ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହେବ । ଏଥିପାଇଁ ସଭାସ୍ଥଳ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।ଜଗତସିଂହପୁର ଏସପି ପି.ଆର ରାହୁଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସୁରକ୍ଷା ବ୍ୟବସ୍ଥା କଡାକଡି ସହିତ  ୩୨ ପ୍ଲାଟୁନ ପୋଲିସ ଫୋର୍ସ, ୧୨୫ ଜଣ ଅତିରିକ୍ତ ଏସପି, ଡିଏସପି, ଆଇଆଇସି ରାଙ୍କର ଅଫିସର ନିୟୋଜିତ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।


 ଜଗତସିଂହପୁରର ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ବାର୍ଷିକ ୧୩.୨ ମିଲିୟନ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ । ଏଥିପାଇଁ ୨୯୫୦:୫୧ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ  ପରିବେଶ ମଞ୍ଜୁରୀ ମଧ୍ଯ ମିଳିସାରିଛି। ଏଥିରେ ୨୬୭୭.୮୦ ଏକର ଜଙ୍ଗଲ ଜମି ଥିବାବେଳେ ୨୭୨.୫୧ ଏକର ଜମି ରହିଛି ସ୍ଥାନୀୟ ଲୋକଙ୍କର। ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁ ପକ୍ଷରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।ଯାହା ସ୍ଥାନୀୟ ଲୋକଙ୍କ ଆଶା ଓ  ଅଭିଳାଷ ପୂରଣ ହେବ ବୋଲି ଆଶା କରାଯାଉଛି।