ଭୁବନେଶ୍ବର: କଂଗ୍ରେସ ଉପରେ ବର୍ଷିଲେ ତାରା ବାହୀନୀପତି। ଦଳରେ ଅଣଦେଖା ପରେ ଦଳରେ ବିଭାଜନ ସୃଷ୍ଟି ହେଉଛି। କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି। ଏଥିପାଇଁ ଲୋକ କେବେ କ୍ଷମା ଦେବେନି ବୋଲି ତାରା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ବାହିନୀପତି ଆହୁରି କହିଛନ୍ତି ଯେ, ଏବେ କଂଗ୍ରେସରେ ଗୋଡ଼ ଟଣାଟଣି ଚାଲିଛି। କାହା ସହ କାହାର ମତ ଠିକ ରହୁନି। କଂଗ୍ରେସ ଗାନ୍ଧୀ ପରିବାର ଯାହା ନିଷ୍ପତି ନେବେ ତାକୁ ମାନିବାକୁ ପଡିବ। ଏବେର ନୀତି ଦେଖି କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି। ସମସ୍ତଙ୍କୁ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ତାରା। ବିଜେଡି, କଂଗ୍ରେସ ଭଳି ତାଙ୍କ ଦଳ ମଧ୍ୟ ତାଙ୍କୁ ବିରୋଧ କରୁଛି।