Odisha Accident: କେନ୍ଦୁଝର ଜିଲ୍ଲା ଘଟଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ଏକ ପରିବାରର ୩ ସଦସ୍ୟ।ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦା ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଏକ ଆଇଚର୍ ଟ୍ରକ୍ ଉକ୍ତ ବାପ-ପୁଅଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେବା ଫଳରେ ବାପା-ପୁଅ ପ୍ରାଣ ହରାଇଛନ୍ତି। ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଛନ୍ତି ଦାଦା। କେନ୍ଦୁଝର(Keonjhar) ଜିଲ୍ଲା ଘଟଗାଁ ଥାନା ବାରି ଗାଁରେ ଘଟିଛି ଏପରି ଏକ ଦୁଃଖଦ ଘଟଣା। ମୃତକମାନେ ହେଲେ କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ ବୋଲି ଜଣାଯାଇଛି।


COMMERCIAL BREAK
SCROLL TO CONTINUE READING

 ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଏକ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହି ଖବର ଗାଁରେ ପହଞ୍ଚିବା ପରେ ପୁଅର ଦାଦା ସମରା ମୁଣ୍ଡା ହୃହଘାତରେ ସେଇଠାରେ ଟଳି ପଡ଼ିଥିଲେ । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH-20କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।