କେନ୍ଦୁଝର: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଚାଏ ପେ ଚର୍ଚ୍ଚା । ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଆଜି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି ଦ୍ୱିତୀୟ ଦିନ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଷ୍ଟାଡିଅମକୁ ମର୍ଣ୍ଣିଂ ୱାର୍କ କରିଥିଲେ। ବହୁ ଦିନରୁ ସେ ପ୍ରାତଃ ଭ୍ରମଣ କରୁଥିବା କହିଛନ୍ତି। ଏହାଦ୍ଵାରା ଡାଇବେଟିସ ରୋଗ ସହ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ସେ ନିଜେ ବି ଜଣେ ଫୁଟବଲ ଖେଳାଳି ବୋଲି କହିଥିଲେ। କେନ୍ଦୁଝର ଷ୍ଟାଡିଅମ ର ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ସମେତ ରାଜ୍ୟର ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ଷ୍ଟାଡିଅମ କରିବା ସହିତ ଜିଲ୍ଲାରେ ଏକ ଜାତୀୟ ସ୍ତରର ଷ୍ଟାଡିଅମ କରିବା ପାଇଁ ତାଙ୍କର ଇଚ୍ଛା ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ଏଠାରେ ଜାତୀୟ ସ୍ତର ର ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସେ କହିଥିଲେ ।