Odisha News:(ଅଭୟ ମହାନ୍ତି) ବନ୍ଦ କୋଠରୀ ଭିତରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ସନ୍ଦେହ ଘେରରେ ସମ୍ପର୍କୀୟ ଭାଇ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ଯରତ ମହିଳା କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମ (୨୬)ଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଏବେ ପୋଲିସର ସ୍କାନର ରେ ସମ୍ପର୍କୀୟ ଭାଇ ପ୍ରିୟରଞ୍ଜନ କିସ୍କୁ। ତେବେ ଏହା ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି, ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମ ଅବିବାହିତ ଥିବା ବେଳେ ସେ ଥାନା ଛକ ନିକଟରେ କମଳା ଭବନରେ ଘର ଭଡା ନେଇ ରହୁଥିଲେ।


COMMERCIAL BREAK
SCROLL TO CONTINUE READING

ଆଜି ବନ୍ଦ କୋଠରୀ ଭିତରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସହକର୍ମୀ କନିଷ୍ଠ ଯନ୍ତ୍ରୀ , ସୂଚନା ଅନୁଯାୟୀ ମୃତ ମୋନାଲିସାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ହୋଇଥିବା ବେଳେ ସେ ଗତ ଛ ମାସ ପୂର୍ବରୁ ଭୋଗରାଇ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। ମନ୍ଦାରସାହି ପଞ୍ଚାୟତ ଦାୟିତ୍ବରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ଯ କରୁଥିଲେ, ଭୋଗରାଇ ବ୍ଲକ ଅନ୍ତର୍ଗତ ଥାନା ଛକ ସ୍ଥିତ କମଳା ଭବନରେ ଘର ଭଡା ନେଇ ରହି ଆସୁଥିଲେ। ତେବେ ଘର ମାଲିକଙ୍କ କହିବା ଅନୁଯାୟୀ ପ୍ରିୟରଞ୍ଜନ କିସ୍କୁ ନାମକ ଜନୈକ ଯୁବକ ସମ୍ପର୍କୀୟ ଭାଇ ପରିଚୟ ଦେଇ ଏଠାରେ ତାଙ୍କ ସହିତ ରହୁଥୀଲେ। ତେବେ ଆଜି ସକାଳେ ମୋନାଲିସାଙ୍କ ମୃତ୍ଯୁ ପରେ ଯୁବକ ଜଣକ ଫେରାର ହୋଇଥିବା ବେଳେ ତାଙ୍କ ମୋବାଇଲ ସୁଇଚ ଅଫ ରହିଛି। ତେଣୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।