ଭୁବନେଶ୍ଵର: ନ୍ୟୁ ଜାଗମରା ରୋଡରେ ଆଜି " ଲଣ୍ଡନ ବେରୀ" ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଏବଂ ସୁମା ରିଅଲ ମିଡ଼ିଆ, ପ୍ରମେୟ ଓ ନ୍ୟୁଜ 7 ଗ୍ରୁପର CEO ସୁନିଲ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦଘାଟନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ଭୁବନେଶ୍ଵର ଫ୍ରାଞ୍ଚାଇଜ ପାର୍ଟନର ଲିନା ବେଉରା ଏବଂ କମ୍ପାନୀ ପ୍ରତିନିଧି କମ୍ପାନୀ ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀ ପକ୍ଷରୁ ବର୍ତ୍ତମାନ Buy One Get Three, Buy 2 Get Six ଅଫର ସହିତ Winter Garment ଏବଂ T - Shirt ଉପରେ ୭୦ ପ୍ରତିଶତ ରିହାତି ରହିଛି ବୋଲି ଫ୍ରାଞ୍ଚାଇଜ ପାର୍ଟନର ଓନର ଲିନା ବେଉରା କହିଛନ୍ତି। 


୨୦୧୬ ମସିହାରେ "ଲଣ୍ଡନ ଵେରି" ବ୍ରାଣ୍ଡ ସହିତ ଜନ୍ମ ନେଇଥିବା ଶ୍ରୀ ବାଙ୍କେ ବିହାରୀ କ୍ଳଦିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦେଶର ବିଭିନ୍ନ ଅଞ୍ଚଳରେ ଖୋଲିଥିବା ନିଜର ୧୭୦ ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ଜରିଆରେ ଗ୍ରାହକ ମାନଙ୍କୁ ଉଚ୍ଚମାନର ଏବଂ ଆରାମଦାୟକ ଓ ଷ୍ଟାଇଲିଶ ପରିଧାନ ସୁଲଭ ମୂଲ୍ୟରେ ଯୋଗାଇ ଆସୁଛି । "ଲଣ୍ଡନ ବେରି" ଗ୍ରାହକଙ୍କୁ ଏଭଳି ଏକ ପରିଧାନ ଦେବାକୁ ଲକ୍ଷ୍ୟ ରଖେ ଯାହା କେବଳ ଦେଖିବାକୁ ସୁନ୍ଦର ନୁହେଁ; ବରଂ ଯାହା ସେମାନଙ୍କୁ ଆତ୍ମବିଶ୍ବାସ ଦିଏ । ସବୁ ବର୍ଗର ଓ ସବୁ ପସନ୍ଦର ଗରାଖଙ୍କ ପାଇଁ ତାଙ୍କ ମନଲାଖି ବସ୍ତ୍ର ଯୋଗାଇ ଭାରତରେ ଫ୍ୟାସନର ଏକ ନୂଆ ପରିଭାଷା ତିଆରି କରିବା ସହ ଆଗାମୀ ଦିନରେ ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବା ଲକ୍ଷ୍ୟ ବୋଲି କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।


Also Read- PM Awas Yojana: ସମାନ ପରିବାରର ୨ ଜଣ ସଦସ୍ୟଙ୍କୁ ମିଳିପାରିବ କି ଲାଭ ? ଜାଣନ୍ତୁ


Also Read- Airtel Plans: ଉପୋଭକ୍ତାଙ୍କ ପାଇଁ ଖୁସି ଖବର, ଏୟାରଟେଲ୍ ଦେବ ୨ଜିବି ଡାଟା