Odisha News: ସିଦ୍ଧ ବାରଙ୍ଗ ପୀଠରେ ପାଳନ ହେଉଛି ଶ୍ରୀକ୍ଷେତ୍ର ଉତ୍ସବ
Advertisement
Article Detail0/zeeodisha/odisha2559644

Odisha News: ସିଦ୍ଧ ବାରଙ୍ଗ ପୀଠରେ ପାଳନ ହେଉଛି ଶ୍ରୀକ୍ଷେତ୍ର ଉତ୍ସବ

Odisha News: ପଞ୍ଚଶଖା ଯୁଗର ସିଦ୍ଧ ସାଧକ ତଥା ଶିଶୁ ଅନନ୍ତଙ୍କର ପରମ ଶିଷ୍ୟ ବାରଙ୍ଗ ଗୋସେଇଁ ଏହି ଠାରେ ଆଶ୍ରମ ପ୍ରତିଷ୍ଠା ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ସିଦ୍ଧି ଲାଭ କରିଥିଲେ। 

Odisha News: ସିଦ୍ଧ ବାରଙ୍ଗ ପୀଠରେ ପାଳନ ହେଉଛି ଶ୍ରୀକ୍ଷେତ୍ର ଉତ୍ସବ
Odisha News: (ନାରାୟଣ ବେହେରା) ସିଦ୍ଧ ବାରଙ୍ଗ ପୀଠରେ ପାଳନ ହେଉଛି ଶ୍ରୀକ୍ଷେତ୍ର ଉତ୍ସବ। ଜଗତସିଂହପୁର ଜିଲ୍ଲା ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ପୀଠରେ ମହା ଆଡମ୍ବରରେ ପାଳନ ହେଉଛି ଶ୍ରୀକ୍ଷେତ୍ର ମହୋତ୍ସବ। କିମ୍ବଦନ୍ତୀ ଅନୁସାରେ ମାର୍ଗଶିର ମାସ ଶୁକ୍ଳ ଚତୁର୍ଦଶିରେ ଏହି ପୀଠକୁ ମହାପ୍ରଭୁ ଜଗନ୍ନାଥ ଆସିଥିବାର ବିଶ୍ଵାସ ରହିଥିବାରୁ ଏହି ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥମାନେ ଏଠାକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବଣଭୋଜି କରି ଫେରିଥାନ୍ତି। ପଞ୍ଚଶଖା ଯୁଗର ସିଦ୍ଧ ସାଧକ ତଥା ଶିଶୁ ଅନନ୍ତଙ୍କର ପରମ ଶିଷ୍ୟ ବାରଙ୍ଗ ଗୋସେଇଁ ଏହି ଠାରେ ଆଶ୍ରମ ପ୍ରତିଷ୍ଠା ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ସିଦ୍ଧି ଲାଭ କରିଥିଲେ। 
 
ସେ ସବୁଦିନ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶୁନ୍ୟ ଯାନରେ ଶ୍ରୀକ୍ଷେତ୍ର ଯାଉଥିବା ବେଳେ ବୟସାଧିକ ଯୋଗୁ ଆଉ ଯିବା ସମ୍ଭବ ହୋଇପାରିଲା ନାହିଁ। ଫଳରେ ତାଙ୍କ ପାଖକୁ ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ପାଷାଣ ଚତୁର୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ ଆଶ୍ରମକୁ ଆସି ବାରଙ୍ଗ ଗୋସାଇଁଙ୍କୁ ଦର୍ଶନ ଦେବା ପାଇଁ ବର ପ୍ରଦାନ କରିଥିଲେ। ଏହି ଦିନକୁ ସ୍ମରଣ କରି ପ୍ରତିବର୍ଷ ଏଠାରେ ମାର୍ଗଶିର ମାସ ଶୁକ୍ଳପକ୍ଷ ପାଷାଣ ଚତୁଦର୍ଶି ଦିନ ଶ୍ରୀ କ୍ଷେତ୍ର ଉତ୍ସବ ପାଳନ କରାଯିବା ସହିତ ଉକ୍ତ ଦିନ ରନ୍ଧା ଯାଉଥିବା ପ୍ରସାଦକୁ ମହାପ୍ରସାଦର ଆଖ୍ୟା ଦିଆଯାଇଥାଏ। ଦୂର-ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ମାନେ ଏହି ପୀଠକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବଣଭୋଜି କରି ମହାପ୍ରଭୁଙ୍କୁ ସମର୍ପଣ କରି ମହାପ୍ରସାଦ ଭାବରେ ସେବନ କରିଥାନ୍ତି।