ଭୁବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନରେଟ ପକ୍ଷରୁ ପୁଲିସ ଭବନରେ ସୁରକ୍ଷା ବ୍ୟବସ୍ଥା ଉପର ଆଲୋଚନା କରାଯାଇଛି। ଏଥିସହ ବ୍ଲୁ ବୁକ୍ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ।


COMMERCIAL BREAK
SCROLL TO CONTINUE READING

କାର୍ଯ୍ୟସୂଚୀ ଅନୁଯାୟୀ ୧୭ତାରିଖ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ୧୨ଟାରୁ ଦିନ ଗୋଟାଏ ଯାଏ ଉପସ୍ଥିତ ରହିବା ପରେ ଅପରାହ୍ଣ ୩ଟା ୨୫ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯିବ ତାକୁ ନେଇ ଆଲୋଚନା କରାଯିବା ସହ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି।


ଏଥିସହ ଭୁବନେଶ୍ବର ଏୟାରପୋର୍ଟ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ବ୍ୟାରିକେଡ କରାଯିବ। ଜନତା ମଇଦାନରେ ଡଗ ସ୍କ୍ୱାଡ ମଧ୍ୟ ଚେକିଂ ଆରମ୍ଭ କରିଛନ୍ତି । ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଧିକ ମହିଳାଙ୍କ ଭିଡ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ସହ ଅଧିକ ମହିଳା ପୋଲିସଙ୍କୁ ନିୟୋଜିତ କରାଯିବ।