Odisha News: ଗତକାଲି ସକାଳ ସମୟରେ ବଡ଼ସାହି ସ୍ଥିତ ବେଲପାଳ ବାଲିଘାଟରେ ବେଆଇନ ଉତ୍ତଳନ ବେଳେ ଗାଡି ଚାଳକ ବାଲି ଗାଡି ନେଇ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗା ଉପରେ ଆସୁଥିବା ବେଳେ ତାକୁ ବିରୋଧ କରିବାରୁ ତିନି ଜଣ ବାଲି ମାଫିଆ ସଙ୍ଗବଦ୍ଧ ଭାବେ ଜମି ମାଲିକଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଜାଗା ମାଲିକ ଜଣକ ହେଉଛନ୍ତି ମାନସ ରଞ୍ଜନ ଭୂୟାଁ। ଶ୍ରୀ ଭୂୟାଁଙ୍କୁ ଆକ୍ରମଣ କରୁଥିବା ସମୟରେ ଉପସ୍ଥିତ ପୁତୁରାର ଚିତ୍କାର ଶୁଣି କକା ପ୍ରବୋଧ କୁମାର ଭୂୟାଁ ତାଙ୍କୁ ଅଟକାଇବା ସମୟରେ ତାଙ୍କୁ ମଧ୍ୟ ଖଣ୍ଡରେ ହାଣି ଲହୁଲୁହଣ କରିଥିଲେ। କେବଳ ଏତିକିରେ ଶାନ୍ତ ନ ହୋଇ କହିଥିଲେ ପୋଲିସରେ ଖବର ଦେଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ଗ୍ରାମବାସୀ ବଡ଼ସାହି ବେତନଟି ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। 



COMMERCIAL BREAK
SCROLL TO CONTINUE READING

ତେବେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଥିବା ବେଳେ। ପୋଲିସର ଦେଖା ମିଳି ନ ଥିଲା। ବାଲି ମାଫିଆଙ୍କ ପ୍ରତି ପୋଲିସର ନିଷ୍କ୍ରିୟତା ଯୋଗୁ ଚାପା ଉତ୍ତେଜନା ଦେଖାଦେଇଥିଲା। ପରେ ବାରିପଦାରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ସୁଦ୍ଧା ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାଡ଼ାଗୋଳ ହୋଇଥିଲା। ଏଥିରେ ବେତନଟି ଏସ୍ଡିପିଓ ସୁଦର୍ଶନ ଦାସ ଓ ବଡ଼ସାହି ଥାନା ଅଧିକାରୀ ଉମାଶାଙ୍କର ନାୟକ ସହ ଜଣେ ମହିଳା ପୋଲିସ ଅଧିକାରୀ ଙ୍କୁ ଉତ୍ୟକ୍ତ ଲୋକେ ଚେଛିଥିଲେ। ବଡ଼ସାହି ଡାକ୍ତର ଖାନାରେ ଚିକିତ୍ସିତ କରାଯାଇଥିବାର ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ବାରିପଦା ଏସ୍ଡିପିଓଙ୍କ ଶହ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।