Tirtol MLA Marriage Controversy: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ: ବିବାହ ପାଇଁ ଆବେଦନ କଲେ ବିଜୟ
Tirtol MLA Marriage Controversy: ବାହାଘରକୁ ନେଇ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବାନ୍ଧବୀ ସୋମାଲିକା ଦାସଙ୍କୁ ନେଇ ଆଇନଗତ ଛନ୍ଦି ହୋଇ ରହିଥିବା ବିଜୟ ଏବେ ଆଉଜଣେ ଯୁବତୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।
Tirtol MLA Marriage Controversy: ବାହାଘରକୁ ନେଇ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବାନ୍ଧବୀ ସୋମାଲିକା ଦାସଙ୍କୁ ନେଇ ଆଇନଗତ ଛନ୍ଦି ହୋଇ ରହିଥିବା ବିଜୟ ଏବେ ଆଉଜଣେ ଯୁବତୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଏହା ଜାଣିବା ପରେ ସୋମାଲିକା କହିଛନ୍ତି, ବିଜୟ ଶାସକ ଦଳରେ ରହିଥିବାରୁ ତାଙ୍କୁ ସୁରକ୍ଷା ମିଳୁଛି। ତାଙ୍କ ମାମଲା ବିଚାରାଧୀନ ଥିବାବେଳେ ସେ ପୁଣିଥରେ ବିବାହ ପାଇଁ ଆବେଦନ କରିବା ଏକ ଅପରାଧ ବୋଲି ସେ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ବିୟୋଗ ପରେ ତାଙ୍କ ପୁଅଙ୍କୁ ଥଇଥାନ ଭିତ୍ତିରେ ଟିକଟ ଦେଇଥିଲା ବିଜେଡି। ସେ ଏହି ନିର୍ବାଚନ ମଣ୍ଡଳୀରୁ ୨୦୨୦ ନଭେମ୍ବର ମାସରେ ନିର୍ବାଚିତ ହୋଇଥିଲେ। କିନ୍ତୁ ମହିଳାଙ୍କ ସହ ସମ୍ପର୍କ ଏବଂ ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରିବା ଅଭିଯୋଗ ତାଙ୍କ ପିଛା ଧରିଥିଲା। ୨୦୨୨ ମେ ମାସରେ ତାରଙ୍କର ଜଣେ ବାନ୍ଧବୀ ସୋମାଲିକା ଦାସଙ୍କ ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ବିଭିନ୍ନ ଫଟୋ ଭାଇରାଲ୍ ହୋଇଥିଲା। ଏହାପରେ ସୋମାଲିକା ବିଜୟଙ୍କ ନାଁରେ ପ୍ରତାରଣା ଅଭିଯୋଗ ଅଣିଥିଲେ। କହିଥିଲା, ତାଙ୍କୁ ବିବାହ କରିବା ପାଇଁ ବିଜୟ ପ୍ରତିଶୃତି ଦେଇଥିଲା ମଧ୍ୟ ଏବେ ତାହାକୁ ପାଳନ କରୁନାହାନ୍ତି। ସେ ତାଙ୍କୁ ଶୋଷଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏପରିକି ବିବାହ ପଞ୍ଜିକରଣ ପାଇଁ ଉଭୟ ଆବେଦନ କରିଥିଲେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣ କରି ନଥିବା ସେ କହିଥିଲେ।
ମେ ମାସ ୨୦୨୨ ମସିହାରେ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ସେ ଥାରନାରେ ଏତଲା ଦେବାକୁ ଯାଇଥିଲେ। ହେଲେ ସୋମାଲିକାଙ୍କ ଏତଲା ମଧ୍ୟ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଥିଲା। ତାହାକୁ କେନ୍ଦ୍ର କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ଏ ମାମଲାକୁ ଗ୍ରହଣ କରିଥିଲେ ମଧ୍ୟ ତଦନ୍ତ ଆଗକୁ ବଢ଼ିପାରି ନାହିଁ। ବିଜୟ ଶାସକ ଦଳର ବିଧାୟକ ଥିବାରୁ ଏପରି ବିଳମ୍ବ ଘଟୁଥିବା କହିଛନ୍ତି ସୋମାଲିକା।
ଅପରପକ୍ଷେ ଗତ ୨୧ ତାରିଖରେ କଟକ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବା ଲାଗି ଆବେଦନ କରିଛନ୍ତି ବିଜୟ ଶଙ୍କର। ସମ୍ପୃକ୍ତ ମହିଳାଙ୍କ ନାଁ ପ୍ରତ୍ୟୁଷା ନନ୍ଦ। ସେ ବିଜୟଙ୍କ ସହପାଠୀ ବୋଲି ଚର୍ଚ୍ଚା ହେଉଛି। ସେ ପୂର୍ବରୁ ବିବାହିତା ଥିବା ସହ ସେ ଜଣେ ପୁତ୍ର ସନ୍ତାନର ଜନନୀ।
ବିଜୟଙ୍କ ଏହି ଆବେଦନ ପରେ ଏବେ ପୁଣି ତିର୍ତ୍ତାଳ ରାଜନୀତି ସରଗରମ ହେବାକୁ ଯାଉଛି। ଏପରିକି ଭାବମୂର୍ତ୍ତିକୁ ଗୁରୁତ୍ୱ ଦେଉଥିବା ବିଜେଡି ତିର୍ତ୍ତୋଳ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ପୁଣିଥରେ ଟିକଟ ଦେଇ ନପାରେ ବୋଲି ବି ଚର୍ଚ୍ଚା ହେଉଛି।
ମହିଳାଙ୍କ ସହ ସମ୍ପର୍କ ମାମଲାରେ ବିଜେଡିର ଅନେକ ବିଧାୟକ ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି। ଏଥିରୁ ପ୍ରଥମରେ ରହିଛନ୍ତି କଳାହାଣ୍ଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଚଳିତ ବର୍ଷ ପ୍ରଥମରେ ସେ ଦ୍ୱିତୀୟ ବିବାହ କରିଛନ୍ତି। ବିବାହ ମାମଲାରେ ଛନ୍ଦି ହୋଇଥିବା ଆଉ ଜଣେ ନେତା ହେଉଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ନିଜ ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ଲାଗି ସେ ୩ ବର୍ଷ ହେଲା କୋର୍ଟ ଚକ୍କର କାଟୁଛନ୍ତି।
Also Read: ହାତକୁ ଦି ହାତ ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ?