Puri News: ପୁରୀ: ଗତକାଲି ରବିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ସମ୍ପନ୍ନ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ। ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ। ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ। ଆଜି ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜିତ କରାଯିବ। ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ। ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ ଅଳଙ୍କାର ବିଭୁଶୀତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଗତକାଲି ରାତି ୯ଟାରେ ବାମନ ଜନ୍ମ ନୀତି ଆରମ୍ଭ ହୋଇଥିଲା। ତାପରେ ୯.୪୦ରେ ଧଣ୍ଡି ପ୍ରସାଦ ପାଇ ବାବନ ଦେବ ଜନ୍ମମଣ୍ଡଳୀକୁ ବିଜେ କରିଥିଲେ। ରାତି ୧୦ଟାରେ ଜନ୍ମ ନୀତି ଶେଷ ହୋଇଥିଲା। ୧୦.୧୦ରେ ବାବନ ଦେବ ସୋମନାଥ ମଣ୍ଡପକୁ ବିଜେ କରିବା ପରେ ୧୦.୧୫ରେ ଦୁର୍ଗା ଦେବୀ ଭିତରକୁ ବିଜେ କରିଥିଲେ। ରାତି ୧୦.୨୦ରେ ଦୁର୍ଗା ଦେବୀ ଆଜ୍ଞାମାଳ ପାଇ ସୋମନାଥ ମଣ୍ଡପକୁ ବିଜେ କରି ସୋମନାଥ ମଣ୍ଡପ ନୀତି ସାରି ବାବନ ଦେବ ରାତି ୧୦.୩୦ରେ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ତାପରେ ୧୦.୩୦ରେ


ଦୁର୍ଗା ଦେବୀ ଭଣ୍ଡାର ଘରକୁ ବିଜେ କରିଥିଲେ। ତେବେ ବାମନ ଜନ୍ମ ପାଇଁ ଅନେକ ନିତି ଥିବାରୁ ରାତି ୧୦.୫୦ରେ ମଇଲମ ହେବାପରେ ଟିକିରାଗୋହୋରି ନୀତି ସମ୍ପର୍ଣ୍ଣ ହେବା ସହ - ମହାପ୍ରଭୁଙ୍କ ଚନ୍ଦନଲାଗି , ବଡ଼ସିଂହାର ବେଶ, ଗରୁଡ଼ ପାର୍ଶ୍ଵପରିବର୍ତ୍ତନ ନିତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ବଡ଼ସିଂହାର ଭୋଗ ବଢି ୪.୩୦ରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନିତି ସମ୍ପର୍ଣ୍ଣ ହୋଇଛି। । ମହାପ୍ରଭୁଙ୍କ ବାମନଜନ୍ମ ନିତି ଯୋଗୁଁ ଗତକାଲି ମଧ୍ଯାନ୍ନ ଧୂପ ଛେକ ପରେ ରାତି ୯ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।