Puri News: ଆଜି ବୁଧବାର ମଇ ୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୬ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ନୀତି ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏଥିପାଇଁ ସନ୍ଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଆଜି ବୈଶାଖ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ବ୍ୟତୀତ ଅନବସର ପିଣ୍ଡିରେ ଶ୍ରୀଜିଉଙ୍କର ଆଗାମୀ ଅନବସର ନୀତି ପାଇଁ ପ୍ରସ୍ତୁତି କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ ୬ ଘଣ୍ଟା  ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ।  ବନକଲାଗି ସରିବା ପରେ ଦାରୁବ୍ରହ୍ମଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତୀ , ସନ୍ଧ୍ୟାଧୂପ, ଚନ୍ଦନ ଲାଗି, ବଡ ସିଂହାର ବେଶ , ବଡ ସିଂହାର ଭୋଗ ଏବଂ ରାତ୍ର ପହୁଡ କରାଯିବ।