ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ଡିସେମ୍ୱର ୩) ଓଡ଼ିଶା ଗସ୍ତରେ ଆସୁଛନ୍ତି । ଡିସେମ୍ୱର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଏଥିପାଇଁ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ଭୁବନେଶ୍ୱର- କଟକ, ପୁଲିସ କମିଶନରେଟ (ଟ୍ରାଫିକ ଓ ପବ୍ଲିକ ଅର୍ଡର) ୨୦୦୮ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଉପରେ ଲାଗୁ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର (୩-୧୨-୨୦୨୪) ଅପରାହ୍ମ ୪ଟା୫୦ ମିନିଟରୁ ସନ୍ଧ୍ୟା ୫ଟା୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ଏଜି ଛକ- ବାମ ମୋଡ- ରାଜଭବନ ଛକ- ପାୱାର ହାଉସ ଛକ - ୧୨୦ ବିଏନ୍ ଛକ- ଜାଭିୟର ଛକ- ବାମ ମୋଡ- ହୀତିଆସୁଣୀ ଛକ- ଡାହାଣ ମୋଡ- ନୀଳାଦ୍ରୀ ବିହାର ଏବଂ ସନ୍ଧ୍ୟା ୬ରୁ ୬ଟା ୩୦ ମିନିଟ୍ ମଧ୍ୟରେ ନୀଳାଦ୍ରୀ ବିହାର- ବାମ ମୋଡ- ଜାଭିୟର ଛକ- ଡାହାଣ ମୋଡ- ଜୟଦେବ ବିହାର ଛକ- ବେହେରା ସାହି ଛକ- ଶାସ୍ତ୍ରୀ ନଗର ଛକ- ୧୨୦ ବିଏନ ଛକ- ପାୱାର ହାଉସ ଛକ- ରାଜଭବନ


ବୁଧବାର (୪-୧୨-୨୦୨୪) ସକାଳ ୮ଟା ୫୦ ମିନିଟରୁ ୯ଟା ୩୦ ମିନିଟ୍ ମଧ୍ୟରେ ରାଜଭବନ ଛକ- ଏଜି ଛକ- ଡାହାଣ ମୋଡ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକ


ଗୁରବାର (୫-୧୨-୨୦୨୪) ଦିନ ସକାଳ ୧୦ଟା ୨୦ରୁ ୧୦ଟା୫୫ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ- ଏଜି ଛକ- ବାମ ମୋଡ- ଗୋପବନ୍ଧୁ ଛକ- ବାମ ମୋଡ- ଓୟୁଏଟି ଛକ ଏବଂ ତାପରେ ଦିବା ୧୧ଟା ୫୦ରୁ ୧୨ଟା ୧୫ ମିନିଟ୍ ସମୟରେ ଓୟୁଏଟି ଛକ- ଗୋପବନ୍ଧୁ ଛକ- ଡାହାଣ ମୋଡ- ରାଜଭବନ ଛକ । ଏଥିସହ ସନ୍ଧ୍ୟା ୫ରୁ ୫ଟା୨୫ ସମୟ ମଧ୍ୟରେ ରାଜଭବନ ଛକ- ଏଜି ଛକ- ରାଜମହଲ ଓଭର ବ୍ରିଜ୍- କଳ୍ପନା ଛକ- ଡାହାଣ ମୋଡ - ମ୍ୟୁଜିୟମ୍ ଛକ- ବାମ ମୋଡ- ରବି ଟକୀଜ ଛକ ଓ ମାଉସୀ ମା ଛକ । ସନ୍ଧ୍ୟା ୬ଟା ୧୫ ମିନିଟରୁ ୬ଟା ୫୦ ମିନିଟ୍ ମଧ୍ୟରେ ରବି ଟକୀଜ ଛକ ଓ ମାଉସୀ ମା ଛକ- ମ୍ୟୁଜିୟମ ଛକ- କଳ୍ପନା ଛକ- ବାମ ମୋଡ- ରାଜମହଲ ଓଭର ବ୍ରିଜ୍- ଏଜି ଛକ- ରାଜଭବନ ଛକ


ଶୁକ୍ରବାର (୬-୧୨-୨୦୨୪) ସକାଳ ୮ଟା୫୦ରୁ ସକାଳ ୯ଟା୩୦ ମଧ୍ୟରେ ରାଜଭବନ ଛକ- ଏଜି ଛକ- ଡାହାଣମୋଡ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକ ।


ଡିସେମ୍ୱର ୫ ସନ୍ଧ୍ୟା ୫ରୁ ୭ ମଧ୍ୟରେ କଳ୍ପନା ଛକଠାରୁ ଲିଙ୍ଗିପୁର ଛକର ଉଭୟ ପାର୍ଶ୍ୱ ରାସ୍ତା ଦେଇ କୌଣସି ପ୍ରକାରର ଭାରୀ ଯାନ କିମ୍ୱା ବସ୍ ଚଳାଚଳ କରିପାରିବେ ନାହିଁ ।


ପୁରୀ ପଟୁ ଭୁବନେଶ୍ୱର କିମ୍ୱା କଟକ ଆସୁଥିବା ଭାରୀ ଯାନ କିମ୍ୱା ବସ ଗୁଡିକ ଲିଙ୍ଗିପୁର ଛକଠାରୁ ବାଇପାସ୍ ରାସ୍ତା ଦେଇ କେସୁରା ଛକ ଏବଂ ପାଣ୍ଡରା ଛକ ଦେଇ ଯାଇପାରିବେ ।


କଟକ ଏବଂ ଭୁବନେଶ୍ୱର ପଟୁ ପୁରୀ ଆଡକୁ ଯାଉଥିବା ଭାରୀ ଯାନ କିମ୍ୱା ବସ୍ ଗୁଡିକ ଉପରଲିଖିତ ରାସ୍ତା ଦେଇ ଯାଇପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଉପରୋକ୍ତ କଟକଣା ଗୁଡିକ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର ଓ ଆମ୍ୱୁଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।


Also Read- Malavya Rajyog 2025: ସ୍ୱତନ୍ତ୍ର ରାଜଯୋଗ, ୩ ରାଶିର ବ୍ୟକ୍ତିଙ୍କ ଘରକୁ ଆସିବେ ମାଆ ଲକ୍ଷ୍ମୀ !


Also Read- White hair problem solution: କେଶ ଧଳା ହେଉଛି କି? କରନ୍ତୁ ଏହି ଉପଚାର