white hair problem solution: ଆମେ ଆପଣଙ୍କ ପାଇଁ ଏପରି କିଛି ପ୍ରତିକାର ଆଣିଛୁ, ଯାହା ଆପଣଙ୍କ ଧଳା କେଶକୁ କଳା କରିପାରେ ।
କେଶର ଯତ୍ନ ପାଇଁ ଅଁଳା ଖୁବ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏଥିପାଇଁ ଶୁଖିଲା ଅଁଳାକୁ ପାଣିରେ ଫୁଟାନ୍ତୁ ଏବଂ ପାଣି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ । ତାପରେ ତାହାକୁ ଥଣ୍ଡା କରନ୍ତୁ, ସେଥିରେ ହେନା ଏବଂ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶରେ ଉନ୍ନତି ଦେଖିବେ । ଅଳ୍ପ ବୟସରେ କେଶ ଧଳା ହେଉଥିଲେ ସମସ୍ୟା ଦୂର ହୋଇଯିବ ।
ଦହି କେଶ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । କିଛି ଟମାଟୋକୁ ପେଷ୍ଟ କରି ସେଥିରେ ଦହି ମିଶାନ୍ତୁ । ତାପରେ ଅଳ୍ପ ଲେମ୍ବୁ ରସ ଏବଂ ନୀଳଗିରି ତେଲ ମିଶାନ୍ତୁ । ଏହି ସବୁକୁ ଭଲ ଭାବରେ ମିଶାଇବା ପରେ ସପ୍ତାହରେ ୨ରୁ ୩ଥର ମୁଣ୍ଡକୁ ମାଲିସ୍ କରନ୍ତୁ । ଏହା କେବଳ ଧଳା କେଶକୁ ରକ୍ଷା କରିବ ତାହା ନୁହେଁ ବରଂ କେଶକୁ ମଜବୁତ ମଧ୍ୟ କରିବ ।
ଅଦା ଏବଂ ମହୁ ରସ ମଧ୍ୟ କେଶ ପାଇଁ ଫଳପ୍ରଦ । ଏହାକୁ ସପ୍ତାହରେ ଅତି କମରେ ଦୁଇଥର କେଶରେ ଲଗାନ୍ତୁ । ଦେଖିବେ ଧୀରେ ଧୀରେ କେଶ ଉପରେ ଏହା ଭଲ ପ୍ରଭାବ ପକାଇବ ।
ନଡ଼ିଆ ତେଲ କିମ୍ବା ଅଲିଭ୍ ତେଲକୁ ହାଲୁକା ଗରମ କରିବା ପରେ ଏଥିରେ ୪ ଗ୍ରାମ କ୍ୟାମ୍ପୋର ମିଶାନ୍ତୁ । ଯେତେବେଳେ କ୍ୟାମ୍ପୋର ତେଲ ସହିତ ଏହା ଭଲ ଭାବରେ ମିଶିଯିବ ତାପରେ କେଶରେ ଲଗାଇ ମାଲିସ୍ କରନ୍ତୁ । ଧଳା କେଶ କମାଇବା ପାଇଁ ଏହା ଯାଦୁକର ବୋଲି ପ୍ରମାଣିତ ହୋଇପାରେ ।
କେଶକୁ କଳା କରିବା ପାଇଁ ଆଉ ଏକ ଭଲ ପ୍ରତିକାର ହେଉଛି ନଡ଼ିଆ ତେଲରେ ଲାଉ ମିଶାଇ ଏହାକୁ ଗରମ କରନ୍ତୁ । ତାପରେ ସେହି ତେଲକୁ ଛାଣି ଅଲଗା କରନ୍ତୁ । ଏହାକୁ ମୁଣ୍ଡରେ ମାଲିସ୍ କରିବା ଦ୍ୱାରା ଧଳା କେଶ ସମସ୍ୟାରୁ ମୁକ୍ତି ମିଳିପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़