ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସାଇବର ନିରାପତ୍ତା କାର୍ଯ୍ୟକ୍ରମ
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ସାଇବର ନିରାପତ୍ତା କାର୍ଯ୍ୟକ୍ରମ ‘କ୍ରିପର-2024’ ଏପ୍ରିଲ ୫ ଓ ୬ ତାରିଖ ଦୁଇଦିନ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲଜି (ଏଫ୍ଇଟି)ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଶାତୀତ ସଫଳତା ଲାଭ କରିଥିଲା ।
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ସାଇବର ନିରାପତ୍ତା କାର୍ଯ୍ୟକ୍ରମ ‘କ୍ରିପର-2024’ ଏପ୍ରିଲ ୫ ଓ ୬ ତାରିଖ ଦୁଇଦିନ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲଜି (ଏଫ୍ଇଟି)ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଶାତୀତ ସଫଳତା ଲାଭ କରିଥିଲା ।
ଶୁକ୍ରବାର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏଫ୍ଇଟି ବିଭାଗର ଡିନ୍ ପ୍ରାଧ୍ୟାପକ ଡ. ଆର୍. ଏନ୍. ଶତପଥୀ ନିଜ ସ୍ୱାଗତ ଭାଷଣରେ କହିଥିଲେ, ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଭାବରେ ସଶକ୍ତ କରିବାକୁ ବିଶ୍ୱବିଦ୍ୟାଳୟରେ ଏକ ସାଇବର ନିରାପତ୍ତା ଲ୍ୟାବ୍ ପ୍ରତିଷ୍ଠା ନିତାନ୍ତ ଜରୁରୀ । ସେଥିପାଇଁ କ୍ୟାମ୍ପସରେ ଏକ ସାଇବର ନିରାପତ୍ତା ଲ୍ୟାବ୍ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୁଳପତି ଡ. ବି. ଆର୍. ଶର୍ମା ଆଜିର ଡିଜିଟାଲ ବିଶ୍ୱରେ ସାଇବର ନିରାପତ୍ତାର ଉପକାରିତା କଥା ବର୍ଣ୍ଣନା କରିଥିଲେ ।
କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ସାଇବର ନିରାପତ୍ତାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସେପଟେ କୁଳସଚିବ ପ୍ରାଧ୍ୟାପିକା ଡଃ. ଦୀପା ବିନୟ ଜନସାଧାରଣଙ୍କ ଭିତରେ ସାଇବର ଅପରାଧ ଓ ସାଇବର ନିରାପତ୍ତାକୁ ନେଇ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ‘ସ୍କୁଲ୍ ଅଫ୍ ସାଇବର ସିକ୍ୟୁରିଟି ଆଣ୍ଡ୍ ସାଇବର ଡିଫେନ୍ସ’ ପକ୍ଷରୁ ‘ସାଇବର ଡୋଜୋ’ର ସହ ପ୍ରତିଷ୍ଠାତା ଶ୍ରୀ ହର୍ଷ ରାଭାଲ୍ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ସବୈତନିକ(ପେଡ୍) ଇଣ୍ଟର୍ନଶିପ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ‘ସାଇବର ଡୋଜୋ’ର ପ୍ରତିଷ୍ଠାତ୍ରୀ ବେଲା ରାଭାଲ କହିଥିଲେ, ବିଭିନ୍ନ ସଂସ୍ଥାରେ ସାଇବର ନିରାପତ୍ତା ରକ୍ଷା କରିବାକୁ ଏକ ନିର୍ଦ୍ଦିଷ୍ଟ ‘ଫ୍ରେମ୍ ୱର୍କ୍’ ହେବା ଜରୁରୀ ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଡିଜିଟାଲ ପୋଷ୍ଟର ପ୍ରସ୍ତୁତି, ଡିଜି ହଣ୍ଟ୍, ‘ସାଇବର୍ କେ ଫଣ୍ଡେ’, କର୍ପୋରେଟ୍ ଗେମ୍, ସିଟିଏଫ୍, ସାଇବର ଷ୍ଟ୍ରାଇକ୍ ବ୍ୟାଣ୍ଡ୍, ‘ସାଇବର ଶାୟରୀ’, ପଥପ୍ରାନ୍ତ ନାଟକ ଏବଂ ବିଭିନ୍ନ ସାଂସ୍କତିକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପ୍ରତିଯୋଗୀମାନେ ନୃତ୍ୟ ସଂଗୀତ ସମେତ ଷ୍ଟାଣ୍ଡ୍ ଅପ୍ କମେଡି ପରିବେଷଣ କରିଥିଲେ । ଏହାପରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମ ଉପରାନ୍ତେ ସିଏସସିଡି ବିଭାଗ ମୁଖ୍ୟ ଡ. ସତ୍ୟଜିତ ପଟ୍ଟନାୟକ ‘କ୍ରିପର-2024’ର ଅପାର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ବାସ୍ତବରେ ସାଇବର ନିରାପତ୍ତା ଓ ସାଇବର ପ୍ରତିରକ୍ଷା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମଟି ଏକ ମାଇଲ ଖୁଣ୍ଟ ସଦୃଶ ରହିବ ବୋଲି ମତପ୍ରକାଶ ପାଇଥିଲା ।
Also Read- Budh Gochar 2024: ୧୮ ବର୍ଷ ପରେ ବୁଧ ଏବଂ ରାହୁଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ବଡ଼ ଲାଭ
Also Read- Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ