Road Accident: ଅଶୁଭ ରବିବାର! ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ମର୍ଣ୍ଣିଂୱାକ୍  (Morning Walk) ନେଇଗଲା ୩ ଜୀବନ।   ଭୟଙ୍କର ସଡ଼କ (Road Accident) ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି (Road Accident in Angul)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନୁଗୋଳ ଜିଲ୍ଲା ପାଲଲହଡାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୃତ ଯୁବକମାନେ ହେଲେ ମୁକ୍ତାପୁର ଗାଁର ମାଧବ ସାମାଡ଼ ଓ ଅନ୍ୟ ଜଣେ ଶୁଶୁବା ଗାଁର ରାଜେଶ ଶୁଣ୍ଢି ବୋଲି ଜଣା ପଡିଛି । 


COMMERCIAL BREAK
SCROLL TO CONTINUE READING

Also Read: Metro Project: ୪ ବର୍ଷ ୨୦ ଷ୍ଟେସନ, 'ଶୁଭିବ ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ'


Also Read: Today Horoscope: କର୍ମ କ୍ଷେତ୍ରରେ ଉପୁଜିପାରେ ଜଟିଳ ସମସ୍ୟା, ଜାଣନ୍ତୁ କେମିତି କଟିବ ଆଜିର ଦିନ?


ସୂଚନା ଅନୁସାରେ, ଅନୁଗୋଳ ମୁକ୍ତାପୁର ଗାଁର ମାଧବ ସାମାଡ଼ ଓ ରାଜେଶ ଶୁଣ୍ଢୀ  ପ୍ରତିଦିନ ପରି ଆଜି ସକାଳେ ମର୍ଣ୍ଣିଂଓ୍ବାର୍କରେ ପାଲଲହଡା ୪୯ ଜାତୀୟ ରାଜପଥ (National Highway 49) ଆଡେ ଯାଇଥିଲେ। ମର୍ଣ୍ଣିଂୱାକ୍ କଲାବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଫୋନ୍  କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ, ଏହି ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।  କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି । ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସେପଟେ, ବଲାଙ୍ଗୀର ପାଟଣାଗଡ଼ରେ ମଧ୍ୟ ସମାନ ଅଘଟଣ ଘଟିଛି।  ମର୍ଣ୍ଣିଂଓ୍ବାକ୍ ଯାଇଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। 


ଅନ୍ୟପଟେ, ଆଜି ମଧ୍ୟ ବାଲେଶ୍ବର ଜିଲ୍ଲା ସୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ  ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ନେପାଳର ବଙ୍କେ ଅଞ୍ଚଳରୁ ପୁରୀ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ଟୁରିଷ୍ଟ ବସ୍ ୧୬ ନମ୍ବର ଜାତୀୟ ରାଜପଥ ସୋର କଲେଜ ଛକ ପାଖରେ ଥିବା ଏକ ଢ଼ାବା ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା ।  ଫଳରେ ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।