ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରାରେ କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ବ୍ୟକ୍ତି ହେଲେ କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁର ଅବକାଶ ଜାନି ଓ ରଘୁନାଥ ଜାନି। ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଆଜି ଉଭୟ କାଜୁ ତୋଳିବା ପାଇଁ ଗ୍ରାମ ନିକଟ ତୋଟାକୁ ଯାଇଥିବା ବେଳେ ପଛରୁ ଉଭୟଙ୍କୁ କେହି ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲା। ଉଭୟଙ୍କ ଗୋଡ଼ରେ  ୩ରାଉଣ୍ଡ ଲେଖା ଗୁଳି ମାଡ଼ ହୋଇଛି। ଉଭୟ ରକ୍ତାକ୍ତ ଅବସ୍ଥାରେ ଜଙ୍ଗଲରେ ପଡ଼ିଗଲେ। ଘରକୁ ଫୋନ୍‌ କରି ସୂଚନା ଦେବା ପରେ ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ଏନେଇ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ, ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ଗୁଳି ମାଡ଼ କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଗୁଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି।